ଆମେ ସାଧାରଣ ଭାବରେ ଦେଖିଛୁ ଯେ ବର୍ଷାଋତୁ ଆସିବା ମାତ୍ରକେ ସମସ୍ତେ ସାଧାରଣ ଭାବରେ ବିଭିନ୍ନ ରୋଗଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ଏହି ଋତୁରେ ବିଭିନ୍ନ ସଂକ୍ରମଣ ର ଅଧିକ ସମ୍ଭାବନା ରହିଥାଏ l ବର୍ଷାଋତୁରେ ସିଜନାଲ ରୋଗ ସହିତ ମଶା ମାନଙ୍କ ନିକଟରୁ ବ୍ୟାପୁଥିବା ରୋଗ ଯେପରିକି ମ୍ୟାଲେରିଆ, ଡେଙ୍ଗୁ ଓ ଚିକନ୍ଗୁନିଆ ଇତ୍ୟାଦି ଦ୍ରୁତ ଗତିରେ ବ୍ୟାପିଥାଏ l ବାହାର ଖାଦ୍ୟାଦ୍ୱାରା ଦ୍ରୁତ ଗତିରେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥାଏ l ଏହି ଋତୁରେ ଫଳ ଓ ପନିପରିବା ମଧ୍ୟ କିଛି ମାତ୍ରା ରେ ଆକ୍ରାନ୍ତ କରିଥାଏ l
ବର୍ଷାଋତୁ ରେ ନିଜକୁ ସୁସ୍ଥ ରଖିବା ପାଇଁ ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ –
– ଷ୍ଟ୍ରିଟ ଫୁଡ ଠାରୁ ଦୁରେଇ ରୁହନ୍ତୁ :
ବର୍ଷାଋତୁରେ ରାସ୍ତା କଡରେ ବିକ୍ରି ହେଉଥିବା ଖ୍ୟଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ଆବଶ୍ୟକ l କାରଣ ଷ୍ଟ୍ରିଟ ଫୁଡ ପ୍ରସ୍ତୁତ କରୁଥିବା ବେଳେ ଏତେ ଅଧିକ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହୋଇ ନଥାଏ l ତେଲ ରେ ଛଣା ଜିନିଷ ଖାଇବା ଦ୍ୱାରା ପେଟ ସମସ୍ୟା ଦେଖା ଯାଇଥାଏ l
– କଞ୍ଚା ଜିନିଷ ଖାଇବାରୁ ଦୁରେଇ ରୁହନ୍ତୁ :
ବର୍ଷାଋତୁରେ କୌଣସି ପ୍ରକାରର କଞ୍ଚା ଜିନିଷ ଖାଇବା ଠାରୁ ଦୁରେଇ ରୁହନ୍ତୁ l ଏହି ଋତୁରେ ଆମର ମେଟାବୋଲିଯିମ ଖୁବ ସ୍ଲୋ ହୋଇ ଯାଇଥାଏ l ଯେଉଁ କାରଣରୁ ଖାଦ୍ୟ ଖୁବ ଧୀରେ ହଜମ ହୋଇଥାଏ l ଏହି ଋତୁରେ ଯେବେବି ଫଳ ଖାଉଛନ୍ତି ତାକୁ ଠିକ ଭାବରେ ଧୋଇ ଖାଇବା ଆବଶ୍ୟକ l
– ଫୁଟା ପାଣି ସେବନ କରନ୍ତୁ :
ବର୍ଷାଋତୁରେ ଯଦି ଆପଣ ଫୁଟା ପାଣି ସେବନ କରିବେ ତେବେ ଏହା ଖୁବ ହିତକର l କାରଣ ଏହି ଋତୁରେ ବ୍ୟାକ୍ଟେରିଆ ଅଧିକ ଆକ୍ଟିଭ ହୋଇ ଯାଇ ଥାଆନ୍ତି l ଫୁଟା ପାଣି ସେବନ କରିବା ଦ୍ୱାରା ଡାଇରିଆ ଓ ଡିହାଇଡ୍ରେସନ ଶିକାର ହେବେ ନାହିଁ l
– ନିଜର ଇମ୍ୟୁନିଟି କୁ ବୁଷ୍ଟ କରନ୍ତୁ :
ବର୍ଷାଋତୁରେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହେବା ଜରୁରୀ l ଏହାଦ୍ୱାରା ଆପଣ ବିଭିନ୍ନ ସଂକ୍ରମଣ ଠାରୁ ରକ୍ଷା ପାଇ ପାରିବେ l ନିଜର ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ କରିବା ପାଇଁ ମକା, ଜ, ଗହମ, ବେସନ ଭଳି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏହାଛଡା ଗଜାମୁଖ, ଗଜା ବୁଟ ଇତ୍ୟାଦି ସେବନ କରିବା ଜରୁରୀ l ନିୟମିତ ସକାଳୁ ତୁଳସୀ, ଅଦା ଓ ମହୁ ସେବନ କରିବା ଆବଶ୍ୟକ l
