ଭାରତ ବର୍ଷରେ ଏମିତି ଅନେକ ରହସ୍ୟ ରହିଛି ଯାହାର ଆଜି ପର୍ଯ୍ୟନ୍ତ ମଧ୍ୟ କୌଣସି ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ l ଯେଉଁ ମନ୍ଦିର ବର୍ଷକୁ ୬ ରୁ ୮ ମାସ ପର୍ଯ୍ୟନ୍ତ ପାଣି ମଧ୍ୟରେ ରହିଥାଏ l ଏହି ମନ୍ଦିରଟି ବନାରସ ର ମଣିକର୍ଣ୍ଣିକା ଘାଟ ରେ ଅବସ୍ଥିତ ଓ ଏହାର ନାଁ ହେଉଛି ରତ୍ନେସ୍ୱର ମହାଦେବ ମନ୍ଦିର l ଏମିତି ଦେଖିବାକୁ ଗଲେ ବାରଣାସୀ ରେ ଅନେକ ମନ୍ଦିର ରହିଛି କିନ୍ତୁ ଏହି ମନ୍ଦିର ର ବିଶେଷତ୍ୱ ରହିଛି l ଏହି ମନ୍ଦିରର ବିଶେଷତ୍ୱ ହେଲା ତେଢା ହୋଇ ଠିଆ ହୋଇଛି l ଏହି ପ୍ରାଚୀନ ମନ୍ଦିରକୁ ଦେଖିଲେ ଇଟାଲୀ ର ପିସା ଟାୱାର ଭଳି ଲାଗିବ l ରତ୍ନେସ୍ୱର ମନ୍ଦିର ପାଖାପାଖି ୯ ଡିଗ୍ରୀ ପର୍ଯ୍ୟନ୍ତ ନଇଁ ପଡିଛି l
ଏହି ମନ୍ଦିରଟି ବର୍ଷର ଅଧିକାଂଶ ସମୟ ପାଣି ମଧ୍ୟରେ ବୁଡି ରହିଥାଏ l ମାନ୍ୟତା ରହିଛି ଯେ ଏହି ମନ୍ଦିରର ନିର୍ମାଣ ୧୯ ଶତାବ୍ଦୀ ବେଳକୁ ହୋଇଥିଲା l ଏହି ମନ୍ଦିରଟି ନଇଁ ରହିବ ପଛରେ ଗୋଟିଏ ବିଶେଷ କାହାଣୀ ରହିଛି l
ଏହି ମନ୍ଦିରଟି କଣ ପାଇଁ ଝୁଂକି ରହିଛି –
କୁହାଯାଏ ଯେ ଏହି ମନ୍ଦିରଟିକୁ ରାଜା ମାନସିଂହ ଙ୍କ ଜଣେ ସେବକ ନିଜ ମା ରତ୍ନା ବାଇ ଙ୍କ ପାଇଁ ତିଆରି କରିଥଲେ l ମନ୍ଦିର ତିଆରି ସାରିବା ପରେ ଉକ୍ତ ବ୍ୟକ୍ତିଟି କହିଥିଲା ଯେ ମୁଁ ମୋ ମାଙ୍କ ଋଣ ସୁଝି ଦେଇଛି l ଯେପରି ତାଙ୍କ ପାଟିରୁ ଏହି କଥା ପଦକ ସରିଲା ମନ୍ଦିରଟି ପଛକୁ ନଇଁବା ଆରମ୍ଭ କରିଦେଲା l ଏହାର ଅର୍ଥ ସୂଚେଇ ଦେଇଥିଲା ଯେ କେହି କାହାରି ମାର ଋଣ ସୁଝି ପାରି ନଥାଏ l
ଏହି ମନ୍ଦିରଟି ବର୍ଷା ଋତୁରେ ପାଣି ମଧ୍ୟରେ ବୁଡି ରହିଥାଏ l ଏଠାରେ କୌଣସି ପ୍ରକାରର ପୂଜାପାଠ କରାଯାଏ ନାହିଁ l କିଛି ଲୋକ କହିଛନ୍ତି ଏହା ଗୋଟିଏ ଶାପିତ ମନ୍ଦିର ଅଟେ l
