ନୂଆଦିଲ୍ଲୀ : ପେଂଗବର ମାହାମାଦ ମାମଲାରେ ବିଜେପି ନେତାଙ୍କ ବିବାଦିତ ବୟାନ ପରେ ଅଂତରରାଷ୍ଟ୍ରୀୟ ସ୍ତରରେ ସମସ୍ତ ଦେଶ ପ୍ରାୟ ଭାରତ ପ୍ରତି ନିଜର ଅସନ୍ତୋଷ ଦେଖାଇ ଥିବା ବେଳେ ମାଳଦୀପ ଭଳି ମୁସଲିମ ରାଷ୍ଟ୍ର କାହିଁକି ଚୁପ ରହିଛି, ଏହା ବର୍ତମାନ ପ୍ରାୟ ସମସ୍ତ ମୁସ୍ଲିମ ରାଷ୍ଟ୍ରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି l
ଗୋଟିଏ ଇସ୍ଲାମିକ ଦେଶ ହେବା ସତ୍ୱେ ମଧ୍ୟ ବିବାଦିତ ବୟାନ କୁ ନେଇ ଭାରତ ସରକାରଙ୍କ ବିରୁଦ୍ଧରେ ଗୋଟିଏ ମାତ୍ର ଶବ୍ଦ ମଧ୍ୟ ମାଳଦୀପ କହି ନାହିଁ, ଯାହା ବର୍ତମାନ ଚର୍ଚାର ବିଷୟ l ଏହି କାରଣରୁ ମୁସ୍ଲିମ ରାଷ୍ଟ୍ର ଗୁଡିକ ମତ ଦେଇଥିଲେ ଯେ ମାଳଦୀପ ର ଶାସକ ଦଳ ଭାରତର ସମର୍ଥକ l
ଜୁନ ୬ ତାରିଖରେ ପେଂଗାବାର ମହମଦ ଙ୍କ ଉପରେ ଟିପ୍ପଣୀ କୁ ନେଇ ମାଳଦୀପ ର ବିପକ୍ଷ ଦଳର ସାଂସଦ ଗୋଟିଏ ଅପାତକାଳୀନ ପ୍ରସ୍ତାବ ଦେଇଥିଲେ l ସେ ଏହି ପ୍ରସ୍ତାବ କୁ ନେଇ ବିବାଦିତ ବୟାନ ର ଘୋର ଆଲୋଚନା କରିଥିଲେ l ଏହାପରେ ମାଳଦୀପ ର ଶାସକ ଦଳର ସରକାରଙ୍କ ଉପରେ ଚାପ ପଡ଼ିବାକୁ ଲାଗିଲା, ଏହାପରେ ତରବରିଆ ଭାବରେ ସରକାର ନିଜର ବୟାନ ଜାରି କରିଥିଲେ ଓ କହିଥିଲେ ଭାରତର ବିଜେପି ଦଳର ଶାସକ ଙ୍କ ଏଭଳି ଆପତ୍ତି ଜନକ ବୟାନ ତାଙ୍କୁ ଚିନ୍ତାରେ ପକାଇଛି l
ଏହାପରେ ମାଳଦୀପ ସରକାର ଭାରତ ସରକାରଙ୍କ ର ଉଭୟ ନେତାଙ୍କ ପାଇଁ ନିଆ ଯାଇଥିବା ପଦକ୍ଷେପ କୁ ମଧ୍ୟ ସ୍ୱାଗତ କରିଥିଲେ l
