ଦେଶର ରାଜଧାନୀ ଜନ୍ତର ମନ୍ତର ରେ ନିଟ -ୟୁଜି ପେପର ଲିକ ମାମଲାରେ ଛାତ୍ର ମାନଙ୍କର ପ୍ରୋଟେସ୍ଟ କୁ ବର୍ତମାନ ସାରା ଭାରତର ବର୍ଷର ସମର୍ଥଂ ମିଳୁଛି, ବିଶେଷ ଭାବରେ ଚଲୋ ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୁଲିସ ଦ୍ୱାରା ଛାତ୍ର ମାନଙ୍କ ଉପରକୁ ଲାଠି ଚାର୍ଜ ଓ ଟିଅର ଗ୍ୟାସ ବ୍ୟବହାର ର ଭିଡିଓ ଭାଇରଲ ଯେତେବେଳେ ହୋଇଥିଲା ସେହି ସମୟ ରେ ସାରା ଦେଶ ଏହାକୁ ଦେଖି ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲା l
ଚଳିତ ଥର ଛାତ୍ର ମାନଙ୍କର ଏହି ଆନ୍ଦୋଳନ କୁ ଦେଶର ବିଭିନ୍ନ ମହଲରେ ସମର୍ଥଂ କରାଯାଇଛି, ବିଭିନ୍ନ ଦଳର ରାଜନେତା, ବିଭିନ୍ନ କର୍ପୋରେଟ ସେକ୍ଟର, ବିଭିନ୍ନ ସ୍ବେଛାସେବୀ ସଂଗଠନ ଙ୍କ ସହିତ ବଲିଉଡ ମଧ୍ୟ ଛାତ୍ର ଙ୍କ ସହିତ ଠିଆ ହୋଇଛି, ଏପରିକି ବଲିଉଡ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଛାତ୍ର ମାନଙ୍କର ସମର୍ଥଂ ରେ ଠିଆ ହୋଇଛନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କି ବଲିଉଡ ରଆଗ ଧାଡ଼ିର କଳାକାର ଶାହରୁଖ ଖାନ , ଦୀପିକା ପାଦୁକନ ,ଆଲିଆ ଭଟ , ରଣବୀର ସିଂ, ଅମିତାଭ ବଚନ ଓ ଅମୀର ଖାନ ଙ୍କ ଭଳି କଳାକାର ଚୁପ କାହିଁକି ରହିଛନ୍ତି ?
ଦେଶର ମୁଦା କୁ ନେଇ ଯଦି ବଲିଉଡ ଚୁପ ରହିଥାଏ ତେବେ ତାହାକୁ ଆଲୋଚନା କରାଯାଇଥାଏ, ଏପରିକି ଶାବନା ଆଜମୀ , ପ୍ରକାଶ ରାଜ ଉପସ୍ଥିତ ରହି ଛାତ୍ର ମାନଙ୍କୁ ସପୋର୍ଟ କରିଥିଲେ l ହୁମା କୁରେସି ମଧ୍ୟ ନିଜ ଭାଇ ସହିତ ଆନ୍ଦୋଳନ ରେ ସାମିଲ ହୋଇଥିଲେ l
ସୋନୁ ସୁଦ, ଦିୟା ମିର୍ଜା, ସୋହା ଅଲ୍ଲୀ ଖାନ ରିତେଶ ଓ ଜେନେଲିଆ ଦେଶମୁଖ ଙ୍କ ଭଳି କଳାକାର ଦିଲ୍ଲୀ ର ଯନ୍ତର ମନ୍ତର ରେ ଛାତ୍ର ଙ୍କ ନିକଟରେ ନ ପହଂଚି ମଧ୍ୟ ସୋସିଆଲ ମିଡିଆରେ ସମର୍ଥନ ଦେଇଛନ୍ତି l ହୁମା କୁରେସି ମଧ୍ୟ ନିଜ ଭାଇ ସହିତ ଆନ୍ଦୋଳନ ରେ ସାମିଲ ହୋଇଥିଲେ l
କିନ୍ତୁ ବଲିଉଡ ର ନାମିଦାମୀ କଳାକାର କାହିଁକି ଏହି ମାମଲାକୁ ନେଇ ଚୁପ ରହିଛନ୍ତି, ସେମାନଙ୍କୁ କାହିଁକି ଭୟ ରହିଛି, ଏବଂ କେଉଁ କାରଣରୁ ଭୟ କରୁଛନ୍ତି ? ଯେଉଁଠି ଦୀପିକା ପଡୁ଼କୋନ ୨୦୨୦ ରେ J .N .U ରେ ହିଂସା ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ଛାତ୍ର ଙ୍କ ସମର୍ଥଂ ପାଇଁ ପହଂଚିଥିଲେ, ଯାହାକି ଦେଶ ବିରୋଧୀ ହିଂସା ପାଇଁ ପ୍ରଦର୍ଶନ ଥିଲା l କଣ ଖାଲି ଭାରତୀୟ ସିନେମା ରୁ ପଇସା ଗୋଟାଇବା ଓ ସିଲଭର ସ୍କ୍ରିନ ରେ ଆକ୍ଟିଙ୍ଗ କରିବା ହେଉଛି ଏହି କଳାକାର ଙ୍କର ପେସା ?
ଯେଉଁ ଯୁବପିଢୀ ଙ୍କ ଭିୟୁ କୁ ନେଇ ଚଳଚିତ୍ର ହିଟ କି ଫ୍ଲପ ହେବ ସ୍ଥିର ହେଉଛି ସେହି ମାନଙ୍କ ପାଇଁ ଆଜି ପଦିଏ କଥା ମଧ୍ୟ ଏହି ଅଳଙ୍କାର ମାନଙ୍କ ପାଟିରୁ ବାହାରୁ ନାହିଁ l ଆଉ ଜଣେ ସୁପର ଷ୍ଟାର ଏପରି ଅଛନ୍ତି ଯିଏକି ପାକିସ୍ଥାନ ପ୍ରତି ରଖି ଥାଆନ୍ତି ଗଭୀର ସମବେଦନା କିନ୍ତୁ ଯେତେବେଳେ ଭାରତ କଥା ଆସେ ସେ ମୁକ ସାଜି ଯାଇଥାଆନ୍ତି , ସେ ଆଉ କେହି ନୁଆଁନ୍ତି କିଙ୍ଗ ଖାନ l
ଭାଇଜାନ ସଲମାନ ଖାନ ଗୋଟିଏ ଲମ୍ବା ଚଉଡା ପୋଷ୍ଟ ଜରିଆରେ ଛାତ୍ର ମାନଙ୍କୁ ସମର୍ଥନ କରି କହିଛନ୍ତି ‘ଏହା ଗୋଟିଏ ବଡ଼ ଈସୁ, ଏବଂ ମୋର ଛାତ୍ର ମାନଙ୍କୁ ଓ ତାଙ୍କ ପରିବାର କୁ ହୃଦୟର ସହିତ ସପୋର୍ଟ ରହିଛି, ଏହି ଆନ୍ଦୋଳନ କୁ ରାଜନୀତି କରଣ କରା ନଯାଇ ସମାଧାନ ଯଥାଶୀଘ୍ର କରାଯାଉ ” l
