IPL ରେ ବାତ୍ୟା ଭଳି ଧୂଆଁଧାର ବ୍ୟାଟିଂ କରି ରନ ବର୍ଷା କରୁଥିବା ବୈଭବ ସୂର୍ଯ୍ୟବଂଶୀ ଙ୍କ କ୍ରିକେଟ କ୍ୟାରିଅର କୌଣସି ସିନେମା କାହାଣୀ ଭଳି, ବର୍ତମାନ କାହାଣୀର ସବୁଠୁ କଠିନ ଅଧ୍ୟାୟ ଆରମ୍ଭ ହୋଇଯାଇଛି, କାହିଁକିନା ଇଣ୍ଟରନେଶନାଲ କ୍ରିକେଟ କୌଣସି ବୟସକୁ ନୁହେଁ କେବଳ ଖେଳ କୁ ପରଖି ଥାଏ l ଯଦି ସମସ୍ତେ ଭାବୁଛନ୍ତି ଯେ ଜିମ୍ବାୱେ ପହଂଚିବା ପରେ ବୈଭବ ଖାଲି ଛକା ଚଉକା ବର୍ଷା କରିବେ ତେବେ ସେମାନେ ଖୁବ ହାଲକା ଭାବରେ ସ୍ଥିତିକୁ ନେଇଛନ୍ତି, ଇଂଲଣ୍ଡ ମାଟିରେ ତାଙ୍କ ପରୀକ୍ଷା ଯେତିକି କଠିନ ଥିଲା ଏଠାରେ ମଧ୍ୟ ସେତିକି କଠିନ l
ଆଇପିଏଲ ରେ ବୈଭବ ଙ୍କର ସବୁଠୁ ବଡ଼ ଶକ୍ତି ଥିଲା ତାଙ୍କର ନିର୍ଭିକ ବ୍ୟାଟିଂ, ପ୍ରଥମ ବଲ ରୁ ଧୂଆଁଧାର ବ୍ୟାଟିଂ, ବୋଲର ମାନଙ୍କ ଉପରେ ଚାପ ଦେବା, ଏବଂ ଛକା ଛୌକାର ବର୍ଷା, କିନ୍ତୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବିରୋଧୀ ଟିମ ଙ୍କ ନିକଟରେ ଭିଡିଓ ଆନାଲିଷ୍ଟ , ସ୍ପଷ୍ଟ ରଣନୀତି ରହିଥାଏ l ଯଦି ଥରେ ତୁମର କମଜୋରୀ ମିଳିଗଲା ତେବେ ତାହାକୁ ହିଁ ବାରମ୍ବାର ଆପ୍ଲାଏ କରାଯାଏ , ଯାହାକି ଇଂଲଣ୍ଡ ଗସ୍ତରେ ହୋଇଥିଲା l
ଇଂଲଣ୍ଡ ବିରୁଦ୍ଧରେ ବୈଭବ ୧୪, ୧୩ ଓ ୧୫ରନ କରିଥିଲେ ୩ଟି ମ୍ୟାଚ ରେ, ଏବଂ ସେ ଆର୍ଚ୍ଚର ଓ ଜୋସ ଟଙ୍ଗ ଙ୍କ ଭଳି ବୋଲର ଙ୍କ ବିରୁଦ୍ଧରେ ବ୍ୟାଟିଂ କୁ ମଧ୍ୟ ଅନୁଭବ କଲେ, ଏବଂ ସେ ଏହା ମଧ୍ୟ ଜାଣି ପାରିଲେ ଯେ କେବଳ ଆକ୍ରମଣାତ୍ମକ ଦମ ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ସଫଳତା ପାଇବା ସମ୍ଭବ ନୁହେଁ l
ଜିମ୍ବାୱେ ଗସ୍ତରେ ମଧ୍ୟ ବୈଭବ ଙ୍କ ପାଇଁ ରହିଛି ଅନେକ ଆହ୍ୱାନ, ପ୍ରଥମେ ବାଉଣ୍ଡ୍ରି ଠାରୁ ନେଇ ପିଚ ର ସ୍ଥିତିକୁ ବୁଝିବାକୁ ପଡିବ ଓ ପରେ ଖେଳିବାକୁ ପଡିବ l ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଇଂଲଣ୍ଡ ମୈଦାନ ରେ ବୈଭବ କିଛି ଶିଖିଥିବେ ତେବେ ନିଶ୍ଚିନ୍ତ ଖେଳି ପାରିବେ l
ଜିମ୍ବାୱେ ରେ ସ୍ଥିତି ଇଂଲଣ୍ଡ ଭଳି ନୁହେଁ କି ଭାରତ ଭଳି ନୁହେ, ସେଥିପାଇଁ ସେଠାରେ ବୈଭବ ନିଜର ଶକ୍ତି ସହିତ ନୁହେଁ ବୁଝିସୁଝି ଖେଳିବା ଜରୁରୀ l ଏହା କେବଳ ବୈଭବ ଙ୍କର ନୁହେଁ ନୂଆ କୋଚ ଙ୍କ ପାଇଁ ମଧ୍ୟ ଗୋଟିଏ ଚ୍ୟାଲେଞ୍ଜିଙ୍ଗ ଗସ୍ତ ଅଟେ l
