ଆଜି ଶନିଦେବ କରିବେ ନକ୍ଷତ୍ର ପରିବର୍ତନ : ବିଗିଡି ପାରେ ଏହି ୫ଟି ରାଶିର ଭାଗ୍ୟ , ଭୁଲ ରେ ସୁଦ୍ଧା କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ
ଶନିଦେବ ନିଜର ମୂଳ ତ୍ରିକୋଣ ରାଶି କୁମ୍ଭ ରେ ଗୋଚର କରି ନକ୍ଷତ୍ର ପରିବର୍ତନ କରିବେ l ସୂର୍ଯ୍ୟ ଗ୍ରହଣ ର ଦୁଇଦିନ ପୂର୍ବରୁ ଶନି ପୂର୍ବ ଭାଦ୍ର ପଦ ନକ୍ଷତ୍ର ରେ ପ୍ରବେଶ କରିବେ l ପୂର୍ବଭାଦ୍ରପଦ ନକ୍ଷତ୍ର ନକ୍ଷତ୍ର ହେଉଛି ବୃହସ୍ପତି ଦେବ ଙ୍କ ନକ୍ଷତ୍ର l ଶନି ଓ ଗୁରୁ ବିଶେଷ ଭାବରେ ଉଭୟ ଉଭୟଙ୍କ ର ବିପରୀତ ଅଟନ୍ତି l ଶନି ଗୋଟିଏ କ୍ରୁର ଗ୍ରହ ହୋଇଥିବା ବେଳେ ବୃହସ୍ପତି ସୌମ୍ୟ ଓ ଶୁଭ ଗ୍ରହ ଅଟନ୍ତି l କିନ୍ତୁ ଚଳିତ ଥର ଗୁରୁଙ୍କ ନକ୍ଷତ୍ର ରେ ଶନି ଙ୍କ ଆସିବା ଅନେକ ଅଶୁଭ ଘଟଣାର ସଂକେତ ଦେଇଥାଏ l ଶନି ଙ୍କ ନକ୍ଷତ୍ର ପରିବର୍ତନ କର୍କଟ ଓ ସିଂହ ରାଶି ସମେତ ୫ଟି ରାଶି ପାଇଁ ଅଶୁଭ ସଂକେତ ଦେଉଛି l
= ଶନି ଅପ୍ରେଲ ୬ତାରିଖ ଦିନ ଦ୍ବିପ୍ରହର ୩ଟା ୫୫ ମିନିଟ ରେ ପୂର୍ବଭାଦ୍ରପଦ ନକ୍ଷତ୍ର ରେ ଗୋଚର କରିବେ ଏବଂ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ସ୍ଥିର ରହିବେ l ଶନି ଯେତେବେଳେ ପୂର୍ବଭାଦ୍ରପଦ ନକ୍ଷତ୍ର ରେ ପ୍ରବେଶ କରି ଥାଆନ୍ତି ତେବେ ଜାତକ ରେ ଆର୍ଥିକ ଅନାଟନ ସମସ୍ୟା ଦେଖା ଦେଇଥାଏ l ଜୀବନ ରେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ l
* କର୍କଟ ରାଶି – ଜୀବନ ରେ ପ୍ରତ୍ୟେକ କ୍ଷେତ୍ର ରେ ମିଳିବ ନିରାଶା –
ଶନି ଦେବ ଙ୍କ ନକ୍ଷତ୍ର ପରିବର୍ତନ ଦ୍ୱାରା କର୍କଟ ରାଶିର ଲୋକଙ୍କ ଜୀବନ ରେ ଅସୁବିଧା ବଢ଼ିପାରେ l ଆପଣଙ୍କ ନିକଟରେ ଅସୁବିଧାର ଅନେକ ସମସ୍ୟା ଦେଖାଯିବ l ବୈବାହିକ ଜୀବନ ରେ ବାଧାବିଘ୍ନ ଦେଖାଦେବ l ଏବଂ ଧନ ସମ୍ବନ୍ଧିତ ସମସ୍ୟା ରହିବ l ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଦେଖାଯିବ l
* ବିଛା ରାଶି – ଜୀବନ ରେ ସମ୍ପର୍କ ବିଗିଡ଼ିବାର ଦେଖା ଦେଇପାରେ –
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ଏହି ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ l ଆପଣଙ୍କ କଠିନ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିବ ନାହିଁ l ଶନି ଙ୍କ ଅଶୁଭ ପ୍ରଭାବ କାରଣରୁ ଆପଣଙ୍କର ନିଜ ଲୋକ ଙ୍କ ସହ ସମ୍ପର୍କ ଖରାପ ହେବ l ତେଣୁ ପରିବାର ରେ ଅଶାନ୍ତି ଲାଗି ରହିବ l ଏପରି ସ୍ଥିତି ରେ ଜମିଜମା କାର୍ଯ୍ୟ ରେ କୌଣସି ବ୍ୟବସାୟ କରନ୍ତୁ ନାହିଁ l
* ଧନୁ ରାଶି – କୌଣସି ଦୁର୍ଘଟଣା ହୋଇପାରେ –
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ନକ୍ଷତ୍ର ପରିବର୍ତନ ସଙ୍କଟ ଉତ୍ପନ କରିବ l ପ୍ରତ୍ୟେକ କାର୍ଯ୍ୟ କରିବାରେ ଅସୁବିଧା ଦେଖାଯିବ l ଭାଇ-ଭଉଣୀ ଙ୍କ ସମ୍ପର୍କ ରେ ଫାଟ ଆସିବ l ଦୁର୍ଘଟଣା ହେବାର ସମ୍ଭାବନା ରହିଛି l ଏବଂ ନିଜ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅସୁବିଧା ର ସମୁଖୀନ ହୋଇପାରନ୍ତି l
* କୁମ୍ଭ ରାଶି – କୌଣସି ନିଜ ବ୍ୟକ୍ତି ଆପଣଙ୍କ ସହିତ ବିଶ୍ୱାସ ଘାତକତା କରିପାରେ –
କୁମ୍ଭ ରାଶିର ବ୍ୟକ୍ତି ଶନି ଙ୍କ ନକ୍ଷତ୍ର ପରିବର୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହୋଇପାରନ୍ତି l ମାନସିକ ଚିନ୍ତା ବୃଦ୍ଧି ପାଇପାରେ l ବ୍ୟବସାୟ ରେ ଓ ଚାକିରୀ କ୍ଷେତ୍ରରେ ଅସୁବିଧାର ସମୁଖୀନ ହୋଇପାରନ୍ତି l କୌଣସି ଆତ୍ମୀୟ ଙ୍କ ନିକଟରୁ ପ୍ରତାରଣା ର ସମୁଖୀନ ହୋଇପାରନ୍ତି l
* ମୀନ ରାଶି – ମାନସିକ ଚିନ୍ତାର ବୃଦ୍ଧି ହୋଇପାରେ –
ମୀନ ରାଶି ର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ନକ୍ଷତ୍ର ପରିବର୍ତନ କରିବା ପରେ ଆପଣ ଅନେକ ଗୁଡିଏ ଅସୁବିଧାର ସମୁଖୀନ କରିବେ l ବ୍ୟବସାୟ ଯାହାବି କରିବେ ସେଥିରେ ହାନି ଲାଭ କରିବେ l କୋୖଣସି ବିଶେଷ କାର୍ଯ୍ୟ ଏହି ସମୟରେ କରିବା ଉଚିତ ନୁହେଁ l ଆପଣଙ୍କ ର ବିଭିନ୍ନ କାର୍ଯ୍ୟରେ ଏକାଗ୍ରତା ଭଙ୍ଗ ହେବ ଓ ଅସୁବିଧା ଦେଖାଦେବ l