Odisha news

ଶନିବାର ଦିନ ଏହିସବୁ ଜିନିଷ ଦେଖାଯିବା ଦ୍ୱାରା ମିଳିଥାଏ ଶନିଦେବ ଙ୍କ କୃପା ଓ ବଦଳି ଯାଇଥାଏ ଭାଗ୍ୟ 

0
ଶନି ଦେବ ହେଉଛନ୍ତି କର୍ମ ଫଳଦାତା , ବ୍ୟକ୍ତିର କର୍ମ ଅନୁସାରେ ସେ ଫଳ ଦେଇ ଥାଆନ୍ତି l ଶନି ଦେବ ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ରହି ଥାଆନ୍ତି ତା ଜୀବନ ରେ ସୁଖ ସମ୍ପତି ର ଅଭାବ ହୋଇ ନଥାଏ l ଶନି ଦେବ ଯେଉଁ ଭକ୍ତ ଉପରେ ନିଜର ଶୁଭ ଦୃଷ୍ଟି ରଖି ଥାଆନ୍ତି ତା ଜୀବନ ରେ ଯଶ, ଧନ , ପଦ ଓ ସମ୍ମାନ ର ଅଭାବ ହୋଇ ନଥାଏ l
ଶନିବାର ଦିନ ଟି ନ୍ୟାୟର ଦେବତା ଶନି ଦେବ ଙ୍କୁ ସମ୍ପର୍ପିତ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଶନିବାର ଦିନ ଆପଣ କିଛି ବିଶେଷ ଜିନିଷ ଦେଖୁଛନ୍ତି ତେବେ ଏହାଦ୍ୱାରା ଶନି ଦେବ ଙ୍କ କୃପା ମିଳିଥାଏ l
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ କଳା ଗାଈ ଦେଖାଗଲେ ଆପଣ ଜାଣିବେ ଯେ ଏହା ଆପଣଙ୍କ ପାଇଁ ଗୋଟିଏ ଶୁଭ ସଂକେତ ଅଟେ l ଏହି ସଂକେତ ଜଣାଇ ଦେଇଥାଏ ଯେ ଆମ ଉପରେ ଶନି ଦେବ ଙ୍କ କୃପା ରହିଛି l ଶନିଦେବ ଆପଣଙ୍କୁ ସମସ୍ତ ବିପଦ ରୁ ରକ୍ଷା କରିବେ l
* ଶାସ୍ତ୍ର ଅନୁସାରେ ଯଦି ଶନିବାର ଦିନ କୌଣସି କାର୍ଯ୍ୟରେ ଆପଣ ବାହାରକୁ ଯାଉଛନ୍ତି ଓ ଆପଣଙ୍କୁ କଳା କୁକୁର ଦେଖାଗଲା ତେବେ ଏହା ଶନିଦେବ ଙ୍କ ଶୁଭ ସଂକେତ ହୋଇଥାଏ l ଶନିବାର ଦିନ କଳା କୁକୁର କୁ ତେଲ ଲଗା ରୁଟି ଖାଇବାକୁ ଦେବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ଓ ଶନି ଙ୍କ କୃପା ଲାଭ ହୋଇଥାଏ l
* ଶାସ୍ତ୍ର ଅନୁସାରେ ଯଦି ଶନିବାର ଦିନ କଳା କାଉ ଦେଖାଯାଏ ଖୁବ ଶୁଭ ହୋଇଥାଏ l ଯଦି କେହି ଶନିବାର ଦିନ କୌଣସି କଳା କାଉ ପାଣି ପିଉଥିବାର ଦେଖିବାକୁ ମିଳିଥାଏ ତେବେ ଆପଣଙ୍କ ଭାଗ୍ୟ ରେ ଭଲ ସୂଚନା ମିଳିଥାଏ ଓ ଶନିଦେବ ଙ୍କ କୃପା ରୁ ଶୁଭ ଫଳ ଲାଭ ହୋଇଥାଏ l
* ଶନିବାର ଦିନ ଯଦି କୌଣସି ଭିକ୍ଷାରୀ ଆପଣଙ୍କ ଦ୍ୱାର କୁ ଆସିଥାଏ ତେବେ ଏହା ଶୁଭ ସୂଚନା ଦେଇଥାଏ l ତେଣୁ ଶନିବାର ଦିନ କୌଣସି ଭିକ୍ଷାରୀ କୁ ଘର ଦୁଆର ମୁହଁରୁ ଖାଲି ହାତରେ ଫେରାଇ ଦିଅନ୍ତୁ ନାହିଁ l କିଛି ଖାଦ୍ୟ ଦିଅନ୍ତୁ ଏହା ଖୁବ ଶୁଭ ଅଟେ l
Leave A Reply