Odisha news

କଦାପି ଏହିସବୁ କାର୍ଯ୍ୟକୁ କରିବା ଉଚିତ ନୁହେଁ, ଶନି ଦେବ ହୋଇ ଥାଆନ୍ତି ଅସନ୍ତୁଷ୍ଟ

0

ମକର ରାଶିରେ ଶନି ଦେବ ୨୩ ଅକ୍ଟୋବର ରୁ ସିଧା ସଳଖ ଚାଲୁଛନ୍ତି l ମକର ରାଶିର ସ୍ୱାମୀ ହେଉଛନ୍ତି ଶନି ଦେବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ଘରେ ବିରାଜମାନ କରିଥାଏ, ତେବେ ଶୁଭ ଫଳ ପ୍ରଦାନ କରିଥାଏ l ଏହାକୁ ଗୋଟିଏ ରାଜଯୋଗ ଭଳି ଦେଖା ଯାଇଥାଏ l ଶନି ଦେବ ଯେତେବେଳେ ଅସନ୍ତୁଷ୍ଟ ହୋଇ ଥାଆନ୍ତି କଦାପି ଭୟ କରିବେ ନାହିଁ l ଶନି ଦେବ ଙ୍କୁ ମଧ୍ୟ ସନ୍ତୁଷ୍ଟ କରି ପାରିବେ l

ଶନି ଦେବଙ୍କ ଛାୟା –
ମାନ୍ୟତା ରହିଛି ଯେ ଶନି ଦେବ ଙ୍କ କୋପ ଦୃଷ୍ଟି ଯାହା ଉପରେ ପଡିଥାଏ ତାର ଖୁବ ଅନିଷ୍ଟ ହୋଇଥାଏ l ଏହି କାରଣରୁ ଲୋକେ ଶନି ଦେବଙ୍କ ନାମ ଶୁଣି ମନରେ ଭୟ ଜାଗ୍ରତ କରନ୍ତି l ମତ୍ସ୍ୟ ପୁରାଣ ଅନୁସାରେ ଶନି ଦେବଙ୍କୁ ନୀଳମଣୀ ରଙ୍ଗର କୁହାଯାଇଛି l ଶନି ଦେବ ସର୍ବଦା ଅଶୁଭ ଫଳ ପ୍ରଦାନ କରନ୍ତି ଏହା ଠିକ ନୁହେଁ l ଶନି ଦେବ ମଧ୍ୟ ଶୁଭଫଳ ପ୍ରଦାନ କରି ଥାଆନ୍ତି l

ଶନି ଦେବ ହେଉଛନ୍ତି କର୍ମଫଳ ଦାତା l ତେଣୁ କଠୋର ପରିଶ୍ରମ କରୁଥିବା ବ୍ୟକ୍ତି ଉପରେ ଶନି ଦେବଙ୍କର ସର୍ବଦା ଶୁଭ ଦୃଷ୍ଟି ରହିଥାଏ l ଯେଉଁ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି କର୍ମ ବୀର ହୋଇଥାଏ ତା ଉପରେ ଶନି ଦେବ କୃପା ଦୃଷ୍ଟି ରଖନ୍ତି l କିନ୍ତୁ ଯେଉଁ ବ୍ୟକ୍ତି ଅଳସୁଆ, ଅନ୍ୟକୁ ଠକି ଥାଏ, ଅନ୍ୟପ୍ରତି ଖରାପ ଦୃଷ୍ଟି ରଖିଥାଏ ତାଙ୍କ ଉପରେ ଶନି ଦେବନ୍କ କୋପ ଦୃଷ୍ଟି ରହିଥାଏ l

ଶନି ଦେବ ଅସନ୍ତୁଷ୍ଟ ହେଲେ କିଭଳି ପ୍ରକୋପ ଦେଖାଇ ଥାଆନ୍ତି -:
– ଜମା ପୁଞ୍ଜି ନଷ୍ଟ ହୋଇଯାଏ

– ଦାମ୍ପତ୍ୟ ଜୀବନ ରେ କଳହ ଦେଖାଦିଏ ଓ ଉତେଜନା ସ୍ଥିତି ଦେଖାଦିଏ

– ବିବାହ କାର୍ଯ୍ୟରେ ଡେରି ହୋଇଥାଏ

– କଠିନ ସଂଘର୍ଷ ପରେ ସଫଳତା ପ୍ରାପ୍ତି ହୁଏନାହିଁ

– ବ୍ୟକ୍ତିକୁ ଅଧିକ ଇଆଡ଼େ ସିଆଡେ ବୁଲିବାକୁ ପଡେ

– ବ୍ୟବସାୟ ରେ ଅନିଷ୍ଟ ହୋଇଥାଏ

– ଋଣଭାର ବୃଦ୍ଧି ପାଇଥାଏ

– ଶତ୍ରୁ ଅସୁବିଧାରେ ପକାଇ ଥାଆନ୍ତି

– ମାନ ସମ୍ମାନ ହ୍ରାସ ହୋଇଥାଏ

– ବୈବାହିକ ବ୍ୟକ୍ତି ନିଜ ସ୍ତ୍ରୀ ଓ ସ୍ୱାମୀଙ୍କୁ ଅଣଦେଖା କରିବା ଦ୍ୱାରା ଉନ୍ନତି ରେ ବାଧକ ସାଜିଥାଏ

କଣ ରହିଛି ପ୍ରତିକାରର ଉପାୟ -:
ଶନିବାର ଦିନଟି ଶନି ଦେବଙ୍କ ଆଶୀର୍ବାଦ ପାଇବାର ଉପଯୁକ୍ତ ଦିନ l ଏହାପରେ ମଙ୍ଗଳବାର ଦିନ ମଧ୍ୟ ଶନି ଦେବଙ୍କ କୃପା ଲାଭ କରିପାରିବେ l ମାନ୍ୟତା ଅନୁସାରେ ହନୁମାନ ଭକ୍ତଙ୍କ ର ଶନି ଦେବ କ୍ଷତି କରନ୍ତି ନାହିଁ l ଶନିବାର ଦିନ କଳା କମ୍ବଳ, ବିରି ଓ ସୋରିଷ ତେଲ ଦାନ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି l

Leave A Reply