Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ – ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବା ଶୁଣିବାକୁପାଇବେ। ଆପଣଙ୍କ ଅପ୍ରିୟ ମିଶ୍ରିତ ମଧୁର ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେସାହାର୍ଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନହୋଇପାରେ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗି ପାରେ ।

ବୃଷ – ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ ।କର୍ମ କ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ବନ୍ଧୁମାନଙ୍କଜରିଆରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ବାଣିଜ୍ୟ ଓପରିବହନରେ କ୍ଷତିର ଆଶଙ୍କା ରହିଛି । ଆଗାମୀ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ ।

ମିଥୁନ – ଆଜି ଏକାଧିକ ଗ୍ରହ କୋଣଭାବସ୍ଥ ହେତୁ ଆଲୋଚନା କ୍ଷେତ୍ରରେ ସହମତି ପ୍ରକାଶପାଇ ନ ପାରେ। ମନ ବୁଝିଲା ଭଳି କତା କହି ବନ୍ଧୁଙ୍କୁ ଆପଣେଇବାରେ ସମର୍ଥ ହେବେ।ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି।

କର୍କଟ – ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।ଆଶା ଓ ନିରାଶାର ଦୋଛକିରେ ରହି ସମୟକୁ ପ୍ରତୀକ୍ଷା କରିବାକୁ ପଡିପାରେ। ସହକର୍ମୀଙ୍କସୌହାର୍ଦ୍ଦ୍ୟରୁ ପରିବାର ମଧ୍ୟରେ ପୂର୍ବ ସମସ୍ୟା ସମାଧାନ ହେବ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହୋଇ ନ ପାରେ ।

ସିଂହ – ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଆଗାମୀ ରାଜନୈତିକ , ଆନୁଷ୍ଠାନି କାମ ସକାଶେ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ କିମ୍ବା ସାମାଜିକ କ୍ଷେତ୍ରରେ ସତକଥା କହି ବିବାଦ ଘେରରେ ପଡିପାରନ୍ତି। ସାହିତ୍ୟ, କଳା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍ କୌଣସି ଘଟଣାରେ ଭାଙ୍ଗି ପଡୁନ୍ତୁ ନାହିଁ ।

କନ୍ୟା –ଚନ୍ଦ୍ର ଙ୍କ ସମାଗମସ୍ଥ ସ୍ଥିତିଜନିତ ଭାବପ୍ରବଣତାକୁ ନିୟନ୍ତ୍ରଣ ରେ ରଖିବା କଷ୍ଟକର ହେବ। କାର୍ଯ୍ୟ ଦକ୍ଷତା ହେତୁ ଆଜିର କର୍ମକ୍ଷେତ୍ରରେ ଆବଶ୍ୟକ ସହ-ଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପଇସା ଦେବା ନେବାକୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ ।

ତୁଳା –କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ। ପ୍ରଶାସନ, ପ୍ରକାଶନ ,ରାଜନୀତି , ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ କାମ ଆରମ୍ଭ କରି ପ୍ରଶଂସିତ ହେବେ।ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘ ଦିନର ଆଶା ଫଳବତୀ ହେବ। କଳହ ଲାଗିଥିବା ବନ୍ଧୁଟିପ୍ରତି ସତର୍କ ରହନ୍ତୁ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ ,ପରିବହନ, ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ ।

ବିଛା – ପ୍ରତ୍ୟେକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା ନ କଲେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିବା ଭଲ।

ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଗତ ଦିନର କୌଣସି ଘଟଣା ସକାଶେ ଟେନ୍‌-ସନ୍ ବଢିପାରେ।

ଧନୁ – କର୍ମତ୍ରେରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତି ଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋରହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେପ୍ରତିବନ୍ଧକ ଦୂରେଇ ଯିବ। ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଯେଉଁଥି ପାଇଁଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି।

ମକର – ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବିଢିବ। ବନ୍ଧୁଙ୍କ ସହ ନୂତନ ସ୍ଥାନଭ୍ରମଣ ସୁଯୋଗ ଜୁଟିବ। ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କକୁ କେନ୍ଦ୍ର କରି ସମସ୍ୟା ଦେଖା ଦେବ। ପାରିବାରିକ କ୍ଷେତ୍ରରେ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢିଯାଇପାରେ। କାଳେ ଦେବାକୁପଡିବ ଏହି କଥା ଚିନ୍ତା କରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।

କୁମ୍ଭ- ବିଭିନ୍ନ ସମସ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବାକୁ ଚିନ୍ତା କରିବେ ନାହିଁ।ଆଜିର ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳିବ। ବିବାଦୀୟ ପରିସ୍ଥିତିରେସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।

ମୀନ – ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ କରିପାରନ୍ତି। ଆଜିବନ୍ଧୁଙ୍କ ଆଲୋଚନାନ୍ତେ ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ପଡୋଶୀଙ୍କସହାୟତାରେ ବାକି ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବାକ୍ ସଂଯମତାଅଭାବରୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

 

Leave A Reply