ଶନିଦେବ ଧୀରେ ଚାଲନ୍ତି, ସେ ଗୋଟିଏ ରାଶିରେ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ରୁହନ୍ତି l ଏହି ସାଢେସାତୀ ଯେଉଁ ବ୍ୟକ୍ତି ଜୀବନ ରେ ଚାଲିଥାଏ ତାର ଜୀବନ କଷ୍ଟ ଦାୟକ ହୋଇଥାଏ l
* ଶନିଦେବ ଯେଉଁ ରାଶିରେ ସାଢେସାତୀ ଚାଲନ୍ତି ତାର ଆଗ ଓ ପଛ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ l ଶନି ଙ୍କ ସାଢେସାତୀ ଯେଉଁ ରାଶିରେ ଚଳନ ହୋଇଥାଏ ସେହି ରାଶିରେ ସେ ଦଣ୍ଡ ନାୟକ ହୋଇ ଯାଆନ୍ତି l ସେହି ରାଶିର ବ୍ୟକ୍ତି ଙ୍କୁ ଆର୍ଥିକ , ମାନସିକ ଓ ଶାରୀରିକ କଷ୍ଟ ଭୋଗିବାକୁ ପଡିଥାଏ l
* ଶନି ଦେବ ୧୨ ଟି ରାଶିରେ ଭ୍ରମଣ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ , ଅର୍ଥାତ ଅଢେଇ ବର୍ଷ ଗୋଟିଏ ରାଶିରେ ରହି ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ସାଢେସାତୀ ୩ ଥର ଆସିଥାଏ l ପ୍ରତ୍ୟେକ ୩୦ ବର୍ଷକୁ ଥରେ ମନୁଷ୍ୟ କୁ ସାଢେସାତୀ ର ସମୁଖୀନ ହେବାକୁ ପଡିଥାଏ l
* ଶନି ଦେବ ଙ୍କ ସାଢେସାତୀ କୁ ଅଢେଇ ଅଢେଇ କରି ତିନିଟି ପର୍ଯ୍ୟାୟ ରେ ବଣ୍ଟା ଯାଇଛି l ପ୍ରଥମ ପର୍ଯ୍ୟାୟ ରେ ମନୁଷ୍ୟ ଆର୍ଥିକ ଅସୁବିଧା ର ସମୁଖୀନ ହୋଇଥାଏ , ଦ୍ଵିତୀୟ ସ୍ତରରେ କାର୍ଯ୍ୟ କ୍ଷେତ୍ର ପ୍ରଭାବିତ ଓ ପରିବରିକ ଜିବନ ପ୍ରଭାବିତ ହୋଇଥାଏ , ତୃତୀୟ ସ୍ତର ର ପ୍ରଭାବ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ପଡିଥାଏ l
* ୨୦୨୩ ରେ ମକର , କୁମ୍ଭ ଓ ମୀନ ରାଶି ଉପରେ ଶନି ଙ୍କ ସାଢେସାତୀ ପ୍ରଭାବ ଦେଖିବାକୁ ମିଳିଛି l ଏହି ସାଢେସାତୀ ରୁ ରକ୍ଷା ପାଇବା ପାଇଁ ହନୁମାନ ଙ୍କ ଉପାସନା ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଟେ l