Odisha news

ଗବେଷଣା ରୁ ଖୁଲାସା : ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଲିପିସ୍ଟିକ ଜୀବନ ପାଇଁ ହୋଇପାରେ ବଡ଼ ସମସ୍ୟା

0

ନିଜକୁ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବା ପାଇଁ ମହିଳା ମାନେ ସାଧାରଣ ଭାବରେ ଲିପସ୍ଟିକ ର ବ୍ୟବହାର କରି ଥାଅନ୍ତି l ଏହା ମହିଳା ମାନଙ୍କ ପ୍ରସାଧାନ ର ଗୋଟିଏ ମୁଖ୍ୟ ବସ୍ତୁ କହିଲେ ଅତ୍ୟୁକ୍ତି ହେବ ନାହିଁ l ସମସ୍ତ ମହିଳା ଙ୍କ ମେକ ଅପ କୀଟ ବିନା ଲିପସ୍ଟିକ ରେ ଅଧୁରା ଅଟେ l ସୌନ୍ଦର୍ଯ୍ୟ ବିଶେଷଜ୍ଞ ଙ୍କ ମତରେ ଲିପଷ୍ଟିକ ମହିଳା ଙ୍କ ମଧ୍ୟରେ କନଫିଡେନ୍ସ ସ୍ତର ବୃଦ୍ଧି କରିବା ସହ ପର୍ଶନାଲିଟି ରେ ଗ୍ଲାମର ଆଣିଥାଏ l କିନ୍ତୁ ଏହି ଲିପ ଷ୍ଟିକ ରେ ମିଶୁ ଥିବା ବିଭିନ୍ନ୍ କେମିକାଲ ଯେପରିକି ଲେଡ , କ୍ରମିୟମ ଇତ୍ୟାଦି ସ୍ୱାସ୍ଥ୍ୟ ପକ୍ଷରେ ହାନି କାରକ ହୋଇଥାଏ l

ଆମେ ଯେତେବେଳେ ଲିପ ଷ୍ଟିକ ଲଗାଇ କିଛି ଖାଇ ଥାଉ ଏହା କିଛି ମାତ୍ରାରେ ଆମ ପାଟିକୁ ଯାଇଥାଏ , ଯାହାକି ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l

ହୋଇପାରେ ଏହିସବୁ ସମସ୍ୟା :-
– ଲିପ ଷ୍ଟିକ ପେଟରେ ଟ୍ୟୁମର ର କାରଣ ହୋଇପାରେ ବୋଲି ଗବେଷକ ମାନେ ମତ ଦେଇଛନ୍ତି l

– ଗୋଟିଏ ଅଧ୍ୟାୟନ ରେ କୁହାଯାଇଛି ଯେ ଯେଉଁ ମହିଳା ମାନେ ଗର୍ଭବତୀ ଥିବା ସମୟରେ ଓଠ ରେ ଲିପସ୍ଟିକ ଲଗାଇ ଥାଆନ୍ତି ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ ଓ ବ୍ରେନ ବିକଶିତ ହେବାରେ ବାଧା ଉପୁଯାଇ ଥାଏ l

– ଲିପ ଷ୍ଟିକ ବ୍ୟବହାର କରିବା ଦ୍ୱାରା କ୍ୟାନ୍ସର ସମ୍ବନ୍ଧୀୟ ସମସ୍ୟା ହୋଇଥାଏ l

– ଲିପ ଷ୍ଟିକ ରେ ଥିବା କେମିକାଲ ଲେଡ ଶରୀର ପାଇଁ କ୍ଷତିକାରକ ଅଟେ l ଯାହା ନର୍ଭସ୍ ସିଷ୍ଟମ କୁ କ୍ଷତି କରିଥାଏ l

– ଲିପ ଷ୍ଟିକ ଶରୀର ରେ ବ୍ୟାଡ଼ ଟକ୍ସିନ ବୃଦ୍ଧି କରିଥାଏ l ଯେଉଁ କାରଣରୁ ଶରୀର ଉପରେ ଖରାପ ପ୍ରଭାବ ପଡିଥଏ l

ଏଭଳି ଦିଅନ୍ତୁ ନିଜଳୁ ସୁରକ୍ଷା -:
– ଲିପ ଷ୍ଟିକ ଲଗାଇବା ପୂର୍ବରୁ ଓଠରେ ପେଟ୍ରୋଲିୟମ ଜେଲି ଲଗାଇବା ଦ୍ୱାରା ଲିପ ଷ୍ଟିକ ଯୋଗୁଁ ହେଉଥିବା କ୍ଷତି ରୁ ରକ୍ଷା ପାଇ ହେବ l

– ହାଲୁକା ରଙ୍ଗର ଲିପ ଷ୍ଟିକ ଲଗାଇବା ଉଚିତ , ନିୟମିତ ଲିପ ଷ୍ଟିକ ଲଗାଇବାରୁ ଦୂରେଇ ରୁହନ୍ତୁ l

– ଲିପ ଷ୍ଟିକ ଲଗାଇବା ପୂର୍ବରୁ ଏହାର ଇନ ଗ୍ରେଡୀଏଣ୍ଟସ କୁ ପଢନ୍ତୁ , ଅଧିକ କେମିକାଲ ଯୁକ୍ତ ଲିପ ଷ୍ଟିକ ଲଗାନ୍ତୁ ନାହିଁ l ଖାଇବା ସମୟରର ଆଦୌ ଲିପ ଷ୍ଟିକ ଲଗାଇବା ଉଚିତ ନୁହେଁ l

Leave A Reply