Odisha news

ଜାତିଭେଦ: ସାଙ୍ଗାକାରାଙ୍କ ମନ୍ତବ୍ୟ

0

ନୂଆଦିଲ୍ଲୀ, ୨୩ା୭ (ଏଜେନ୍ସି): ଶ୍ରୀଲଙ୍କାର ପୂର୍ବତନ କି୍ରକେଟର କୁମାର ସାଙ୍ଗାକାରା ସାରା ବିଶ୍ୱରେ ଜାତିଭେଦକୁ ନେଇ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ବାର୍ତ୍ତା ଦେଇଛନ୍ତି । ଗତ ମେ ମାସରେ ଆମେରିକାର ମିନୋପଲିସ ସହରରେ ପୋଲିସ ହେପାଜତରେ ଜର୍ଜ ଫ୍ଲଏଡ ନାମକ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ଜାତିଭେଦକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଳାଗୋରା ଭେଦଭାବରୁ କି୍ରକେଟ ମଧ୍ୟ ବର୍ର୍ତ୍ତି ନାହିଁ । ଜାତିଭେଦକୁ ନେଇ ବହୁ କି୍ରକେଟର ନିଜନିଜର ମତ ରଖିଛନ୍ତି । ଇଂଲଣ୍ଡ ଏବଂ େୱଷ୍ଟଇଣ୍ଡିଜ କି୍ରକେଟରଙ୍କ ସହିତ ବ୍ଲାକ୍‌ ଲାଇଭସ ମ୍ୟାଟର ଅଭିଯାନ ଆରମ୍ଭ ହୋଇଛି । ଏଭୟ ଦଳ ଜାତିଭେଦକୁ ବିରୋଧ କରିଛନ୍ତି । ଚାଲିଥିବା ଟେଷ୍ଟ ଶୃଙ୍ଖଳାରେ ଉଭୟ ଦଳର ଖେଳାଳିଙ୍କ
ସାର୍ଟ କଲରରେ କଳା ରଙ୍ଗର ଲୋଗୋ ରହିଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା କହିଛନ୍ତି ମୂଲ୍ୟବୋଧ ବିନା ଶିକ୍ଷା ଭେଦଭାବ ବନ୍ଦ ହେବନାହିଁ । ଇତିହାସ ଶିକ୍ଷା ଦିଆଯିବା ଉଚିତ ।

Leave A Reply