ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଠାରେ ଥିବା ଏସ୍ୟୁସିଆଇ ଶାଖା ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ଦାବି ଦିବସ ପାଳନ କରାଯିବା ସହ ଏହି ଅବସରରେ ଭୋଗରାଇ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ବେକାରମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବା, ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ଶିକ୍ଷା ବନ୍ଦ କରି ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା କରିବା, ପଦବୀ ଉଚ୍ଛେଦ, ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର କରିବା, ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା, ତୈଳଦର ବୃଦ୍ଧି ବନ୍ଦ କରିବା, ଦରଦାମ ବୃଦ୍ଧି ବନ୍ଦ କରି ସମସ୍ତ ଗରିବ ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟପଦାର୍ଥ,ଔଷଧ ଯୋଗାଇଦେବା ସହିତ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଆଦି ଦାବି ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏସ୍ୟୁସିଆଇ ଏବଂ ଡିଏସ୍ଓର ମିଳିତ ସହଯୋଗରେ ସମ୍ପାଦିକା କି୍ରଷ୍ଣାରାଣୀ ସାହୁ, ହରେକୃଷ୍ଣ ଦାସ, ପ୍ରଶାନ୍ତ ଦାସ, ସରୋଜିନୀ ମହାନ୍ତି, ଆସମାନ୍ ରାଜ,ତାପସ ବାରିକ, ଆରତୀ ବେହେରାଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା