ମାଞ୍ଚେଷ୍ଟର, ୨୩ା୭ (ଏଜେନ୍ସି): ଇଂଲଣ୍ଡ-େ ୱଷ୍ଟଇଣ୍ଡିଜ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଶୁକ୍ରବାରଠୁ ମାଞ୍ଚେଷ୍ଟରରେ ଆରମ୍ଭ ହେବାକ୍ୁ ଯାଉଛି । ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତିଥିବାରୁ ଶୃଙ୍ଖଳା ୧- ୧ ସ୍ଥିତିରେ ରହିଛି । ତେଣୁ ଏହି ମ୍ୟାଚ ଇଂଲଣ୍ଡ ତଥା ଇଣ୍ଡିଜ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଶୃଙ୍ଖଳା ହାତେଇବା ପାଇଁ ଉଭୟ ଦଳ ମାଞ୍ଚେଷ୍ଟରରେ ବିଜୟ ଧ୍ୱଜା ଉଡାଉବାକୁ ଚେଷ୍ଟା କରିବେ । ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିଜୟ ଧାରାକୁ ଫେରିଛି । ଦଳୀୟ ସନ୍ତୁଳନ ଭଲ ରହିଛି । ଏତଦଭିନ୍ନ ଏହି ମ୍ୟାଚ ପାଇଁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ଜେମ୍ ଆଣ୍ଡରସନ ଏବଂ ମାର୍କ ଉଡଙ୍କୁ ୧୪ଜଣିଆ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି ।
