Odisha news

ସମ୍ବଲପୁର ସାଂସଦଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ

0

ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଵ୍ ଙ୍କ ଉପସ୍ଥିତି ରେ ଛେଣ୍ଡିପଦା ବ୍ଲକ୍ ସଭା ଗୃହ ରେ ସାମାଜିକ ଦୂରତା ଅବଲମ୍ବନ କରି ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକ୍ ବିଡିଓ , ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ,ସାଂସଦ ଙ୍କ ଜିଲ୍ଲା ନୋମିନ ଅଗସ୍ତି ବେହେରା ଙ୍କ ସମେତ ବ୍ଲକ୍ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। କରନା  ସମୟରେ ଛେଣ୍ଡିପଦା ବ୍ଲକ୍ ରେ କିପରି ଉନ୍ନତ ସେବା ଓ ନଗଦ ରେ ହୋଇ ଯାଇଥିବା ଲଗାଣ ବର୍ଷା ଜନିତ କ୍ଷୟ କ୍ଷତି ସହିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ କରିଥିଲେ। ଡି .ଏମ୍ .ଏଫ.ପଇସାର ସଦୁପଯୋଗ ଦିଗରେ ଆଲୋଚନା କରିଥିଲେ ।

କୋଷଳା ଠାରେ ନିର୍ମିତ  ପାନୀୟ ଜଳ ପ୍ରକଳ୍ପ ଉପରେ ଆଲୋଚନା କରି ତାକୁ ତୁରନ୍ତ କାମ ସାରିବା ପାଇଁ କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତା ପ୍ରଦାନ ,ଗୁହାଳ ବଣ୍ଟନ ରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ।ତେବେ କିଛି ଭିନ୍ନକ୍ଷମ ମହିଳା ଭତା ଓ ସାଇକେଲ ପାଇଁ ଜଣେଇଥିବା ବେଳେ ବିଡ଼ିଓ ଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ଛେଣ୍ଡିପଦା ଡାକ୍ତରଖାନା ରୁ ଡାକ୍ତର ମହମିଲାମ ମୁର୍ମୁ ଙ୍କୁ କୋଭିଡ୍ ସମୟରେ ଦେପୁଟେସନ୍ ରେ ପଠାଯାଇଥିବା ହେତୁ ରୋଗୀମାନେ ହଇରାଣ ହେଉଥିବା କଥା ଜନସାଧାରଣ ଜଣାଇଥିବା ବେଳେ ଏଥିନେଇ ସାଂସଦ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।

Leave A Reply