ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୋଟିଏ ବଡ ଫଇସଲା ନେଇଛନ୍ତି l ସରକାର ପବଜି ସମେତ ୧୧୮ ଟି ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଫଇସଲା କରିଛନ୍ତି l ଇଲୋକ୍ଟ୍ରୋନିସ ଓ ସୂଚନା ପ୍ରୌଦଗିକ ମନ୍ତ୍ରଣାଳୟ ଧାରା ୬୯A ଅନୁସାରେ ଏହି ମୋବାଇଲ ଆପ ଉପରେ ବ୍ୟାନ ଲଗାଇବାର ଫଇସଲା କରିଛି l ମନ୍ତ୍ରଣାଳୟ ଅନେକ ଆରୋପ ମିଳିବ ପରେ ବ୍ୟାନ ଲାଗିଛି l ସରକାରଙ୍କ ପକ୍ଷରୁ ବୁଧବାର ଦିନ ସାନ୍ଧ୍ୟ ବେଳେ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏହି ଆପ ଗୁଡିକ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ଅଟେ l
ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏହି ମୋବାଇଲ ଆପ ଭାରତର ସଂପ୍ରଭୁତା ,ଅଖଣ୍ଡତା ,ଭାରତର ରକ୍ଷା ,ରାଜ୍ୟର ସୁରକ୍ଷା ଓ ସାର୍ବଜନିକ ବ୍ୟବସ୍ଥା ପାଇଁ ବିପଦ ଅଟେ l ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହିପରି ଅନେକ ଅଭିଯୋଗ ଆମକୁ ମିଳିଥିଲା ଯେଉଁଥିରେ କୁହାଯାଇଥିଲା କି ଆଣ୍ଡ୍ରୋଏଡ ଓ IOS ପ୍ଲାଟଫର୍ମରେ ଏପରି ଅନେକ ମୋବାଇଲ ଆପ ଅଛି ଯାହା ୟୁଜର ମାନଙ୍କର ସୂଚନା ଚୋରି କରିଥାଏ l ମନ୍ତ୍ରଣାଳୟ କହିଛି ଯେ ଏହି ଆପ ଗୁଡିକ ଅନଧିକୃତ ଭାବରେ ୟୁଜର୍ସ ମାନଙ୍କର ସୂଚନା ଓ ଡାଟା ଚୋରିକରି ଭାରତ ବାହାରକୁ ପଠାଇଥାଏ l
ଏହି ଡାଟା ଗୁଡିକର ଚୋରି ଭାରତ ପାଇଁ ବିପଦ ଅଟେ l ସରକାର କହିଛନ୍ତି ଯେ ଡାଟାର ଚୋରି କରିବା ଚିନ୍ତାର ବିଷୟ ଓ ଏଥିପାଇଁ ଅପାତକାଳୀନ ପଦକ୍ଷପ ଉଠାଇବା ଜରୁରୀ ଅଟେ l ଭାରତ ସରକାର ଏହା ପୂର୍ବରୁ ଟିକଟକ ସହିତ ଚୀନର ଅନେକ ଗୁଡିଏ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ l ଜୁନ ମାସର ଶେଷ ସପ୍ତାହରେ ଅହିଅ ପ୍ରତିବନ୍ଧକ ଲଗାଯାଇଥିଓଲ l ଏହିଥର କେନ୍ଦ୍ର ସରକାର ପଵଜି ସହିତ ଲିବିକ ,ଉଇଚlଟ ୱାର୍କ ,ଆପଲକ ଇତ୍ୟାଦି ଉପରେ ପାବନ୍ଧୀ ଲଗାଇଛନ୍ତି l ଲଦାଖରେ ଚୀନ ସହିତ ପୁନର୍ବାର ଉତେଜନା ବଢିବା ମଧ୍ୟରେ ଭାରତ ଏହି ପଦକ୍ଷପ ଉଠାଇଛି l
