Odisha news

୨ୟ ଥର ଇଦ୍‌ରେ ସଲ୍‌ମାନଙ୍କ ଫିଲ୍ମ ରିଲିଜ୍‌ ହୋଇ ନାହିଁ

0

ଭାଇଜାନ୍‌ଙ୍କ ଫିଲ୍ମ ୨୦୦୯ରେ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ‘ୱାଣ୍ଟେଡ୍‌’ ଫିଲ୍ମ ପ୍ରଥମଥର ପାଇଁ ଇଦ୍‌ରେ ରିଲିଜ୍‌ ହୋଇଥିଲା । ସେବେଠୁ ଇଦ୍‌ରେ ସଲ୍‌ମାନଙ୍କ ଫିଲ୍ମ ରିଲିଜ୍‌ ଏକ ଟ୍ରେଣ୍ଡ୍‌ ବା ପରମ୍ପରାରେ ପରିଣତ ହେଲା । ବକ୍ସ ଅଫିସ୍‌ରେ
ଫିଲ୍ମ ସୁପରହିଟ୍‌ ହେବାରୁ ପ୍ରତିବର୍ଷ ଇଦ୍‌ରେ ‘ଦବଙ୍ଗ’, ‘ବଡିଗାର୍ଡ’, ‘କିକ୍‌’, ‘ଏକ୍‌ ଥା ଟାଇଗର୍‌’, ‘ବଜରଙ୍ଗୀ ଭାଇଜାନ’୍‌, ‘ସୁଲତାନ୍‌’ ଭଳି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥର କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ରିଲିଜ୍‌ ହୋଇପାରି ନାହିଁ । ପ୍ରଥମଥର ପାଇଁ ଯେ ଇଦ୍‌ରେ ସଲ୍‌ମାନଙ୍କ ଫିଲ୍ମ ରିଲିଜ୍‌ ହୋଇ ନାହିଁ ତା ନୁହେଁ, ୨୦୧୩ରେ ଇଦ୍‌ରେ ପରଦାକୁ ସଲମାନ୍‌ଙ୍କ କୌଣସି ଫିଲ୍ମ ଆସି ନ ଥିଲା । ସ୍ୱାସ୍ଥ୍ୟ ସମସ୍ୟା ତଥା କୋର୍ଟ କେସ୍‌ ପାଇଁ ରିଲିଜ୍‌ ହୋଇପାରି ନ ଥିଲା । ଦ୍ୱିତୀୟଥର ଇଦ୍‌ରେ ଭାଇଜାନ୍‌ଙ୍କ ଫିଲ୍ମ ରିଲିଜ୍‌ ହୋଇ ନ ଥିବାରୁ ପ୍ରଶଂସକ ନିରାଶ ହୋଇଛନ୍ତି ।

Leave A Reply