Odisha news

ଘରକୁ ଫେରିଲେ ରତନ

0

ତିନି ମାସ ପର୍ଯ୍ୟନ୍ତ ବିହାରର ଏକ ଗାଁରେ ଫଶି ରହିଥିବା ଟେଲି ଅଭିନେତ୍ରୀ ରତନ ରାଜପୁତ୍‌ ନିଜ ଘର ପାଟଣାକୁ ଫେରିଛନ୍ତି । ଘରକୁ ଆସିବା ମାତ୍ରେ ହିଁ ସେ ନିଜକୁ ସେଲ୍‌ଫ୍‌ କ୍ୱାରାଣ୍ଟିନ୍‌ରେ ରଖିଛନ୍ତି । ଇନଷ୍ଟାଗ୍ରାମ୍‌ରେ ସେ ନିଜର ଏକ ଭିଡିଓ ସେୟାର୍‌ କରି ଏ କଥା ସମସ୍ତଙ୍କୁ ଜଣାଇଛନ୍ତି । ଘରକୁ ଆସି ସେ କିଛି କରୁ ନାହାନ୍ତି ଓ ଘରେ ରହି ଘରଲୋକଙ୍କଠାରୁ ଦୂରରେ ଥିବା କହିଛନ୍ତି । ସେ ତାଙ୍କ ଘରର ଉପର ଘରେ ସେଲଫ୍‌ କ୍ୱାରାଣ୍ଟିନ୍‌ରେ ଅଛନ୍ତି । ଏକ ପ୍ରୋଜେକଫ କାମ ପାଇଁ ସେ ବିହାରର ଏକ ଇଲାକାକୁ ଯାଇଥିଲେ ମାତ୍ର ହଠାତ୍‌ ଲକ୍‌ଡାଉନ୍‌ ଘୋଷଣା ହୋଇଯିବାରୁ ସେଠାରେ ଅଟକି ରହିଲେ । ଏବେ ଘରକୁ ଫେରି ଖୁସି ଥିବା ସହ କ୍ୱାରାଣ୍ଟିନ୍‌ ଅବଧି ଶେଷ ହେବାକୁ ଅପେକ୍ଷା କରିଛନ୍ତି ରତନ ।

Leave A Reply

Your email address will not be published.