Odisha news

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ମାଓବାଦୀ ମାନେ ଜଙ୍ଗଲ ଭିତରେ ଖସି ପଳାଇ ବାରେ ସକ୍ଷମ ହେଲେ

0

ବରଗଡ଼: ଏପଟେ କରୋନା ଦାଉ ସେପଟେ ମାଓବାଦୀଙ୍କ ତୁମୁଳକାଣ୍ଡ। ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଗୁଳି ବିନିମୟ ପରେ ଛତ୍ରଭଂଗ ଦେଇଛନ୍ତି ମାଓବାଦୀ। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତର୍ମା ଗାଁକୁ ମାଓବାଦୀ ଆସୁଥିବା ନେଇ ପୋଲିସକୁ ଖବର ମିଳିଥିଲା।  ଏହାପରେ ଡିଭିଏଭ୍‌ର ଏକ ଟିମ୍ ମଲାଇଖମନ ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ।

ସର୍ଚ୍ଚ ଅପରେସନ ସମୟରେ ୭ ଜଣ ମାଓବାଦୀଙ୍କ ସହ ଡିଭିଏଫ୍ ଟିମ୍ ମୁହାଁମୁହିଁ ହୋଇଥିଲେ। ମାଓବାଦୀ ଓ ଡିଭିଏଫ୍ ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ଆକ୍ରମଣକୁ ସାମନା କରିନପାରି ଛତ୍ରଭଂଗ ଦେଇଥିଲେ।

ଆଜି ସକାଳୁ ପୁଣି ଥରେ ଖାନତଲାସୀ ସମୟରେ ପୋଲିସକୁ ୧୪ ରାଉଣ୍ଡ ଗୁଳି , ଟର୍ଚ୍ଚ ଲାଇଟ, ମୋବାଇଲ ଚାର୍ଜର ସହ ମାଓ ସାମଗ୍ରୀ ଜବତ ହୋଇଥିଲା।  ଏ ନେଇ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ମାଓବାଦୀମାନେ ମୁଖ୍ୟ ଧାରାକୁ ଫେରିଆସିବାକୁ ଆହ୍ୱନ କରିଛନ୍ତି ଏସ୍‌ପି।

Leave A Reply