ରାଜସ୍ଥାନ : ରାଜସ୍ଥାନର କରୋଲି ଜିଲ୍ଲାର ପ୍ରବାସୀ ଶ୍ରମିକ ପିଣ୍ଟୁ ମିଣା ନିଜ ପରିବାର ଓ ଗାଁ ଲୋକଙ୍କୁ କୋଭିଡ୍ରୁ ସୁରକ୍ଷିତ ରଖିବା ପାଇଁ ଗହୀର ବିଲ୍ରେ ପୃଥକ୍ବାସରେ ଅଛନ୍ତି । ଲକ୍ଡାଉଡାଉନ୍ରେ ଅହମଦାବାଦ୍ରୁ ଘରକୁ ଫେରିବା ପରେ ଡାକ୍ତର ତାଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ କହିଥିଲେ । ସେଥିପାଇଁ ସେ ଘରଠାରୁ ୨ କିମି ଦୂର ଏକ ଗହୀର ବିଲରେ ଅଛନ୍ତି । ବିଲର ଏକ ନିମ୍ବ ଗଛରେ ଖଟକୁ ଦୌଡ଼ିରେ ଝୁଲାଇ ରହୁଛନ୍ତି ପିଣ୍ଟୁ । ୭ ଦିନ ହେବ ସେ ସେଠାରେ ଖାଉଛନ୍ତି ଓ ଶୋଉଛନ୍ତି ।