Odisha news

ଅବକାରୀ ଭିଭାଗର ଚଢ଼ାଉ : ବ୍ରାଉନସୁଗାର ଜବତ , ନଗଦ ଟଙ୍କା ,ବନ୍ଧୁକ ସହିତ ଜଣେ ଗିରଫ

0

ଖୋର୍ଦ୍ଧା,୨୪ା୩ ; ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଚୋରା ନିଶା ବ୍ୟବସାୟକୁ ନିୟନ୍ତ୍ରଣ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ମଧ୍ୟ ଚୋରା ନିଶା ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର କୈ÷ାଶଳ ପରିବର୍ତନ କରି ଅଭିିନବ ଉପାୟରେ ବ୍ୟବସାୟକୁ ବେଧଡକ ଭାବେ ଚଳାଉଛନ୍ତି । ଯାହାର ଟେର ପୋଲିସ କିମ୍ବା ଅବକାରୀ ବିଭାଗ ପାଉ ନାହିଁ ।

ଏମାନଙ୍କୁ ଠାବ କରିବା ସହଜ ହେଉ ନଥିବାରୁ ବେଧଡକ ଭାବେ ବ୍ରାଉନ ସୁଗାର ବ୍ୟବସାୟ କାୟା ବିସ୍ତାର କରିଚାଲିଛି । ଯାହାଦ୍ୱାରା ବ୍ରାଉନ ସୁଗାର ସେବନକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ମୂଖ୍ୟତଃ ଉଚ୍ଚ ଶିକ୍ଷା କରୁଥିବା ଛାତ୍ର ମାନେ ଏହି ଧଳା ଜହର ବ୍ୟବସାୟୀଙ୍କ କବଳରେ ପଡି ସର୍ବସ୍ୱାନ୍ତ ହେଉଛନ୍ତି । ଧଳା ଜହର ବ୍ୟବସାୟ ନିୟନ୍ତ୍ରଣ ହୋଇ ପାରୁନଥିବା ବର୍ତମାନ ପାଇଁ ଏକ ପ୍ରକାର ଉଦ୍ବେଗର ବିଷୟ ପାଲଟିଛି ।

ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ପାଇ ବୁଧବାର ପୂର୍ବାହ୍ନରେ କଟକ କେନ୍ଦ୍ରାଚଂଳ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ଉପକଣ୍ଠ ଜଟଣୀ ବାଇପାସ ଛକ ନିକଟରେ ଗ୍ରାହକ ବେଶରେ ଚଢାଉ କରି ଜଣେ ଯୁବକକୁ ଗିରଫ କରିଛନ୍ତିି । ଗିରଫ ଯୁବକ ଜଣକ ଜଟଣୀ ମୁଣ୍ଡିଆ ସାହି ଅଚଂଳର ଏସ.କେ.ସରିଫ । ୧୦ଲକ୍ଷରୁ ଉର୍ଦ୍ଧ ମୂଲ୍ୟର୧୦୫ ଗ୍ରାମ ଓଜନର ବ୍ରାଉନ ସୁଗାର, ନଗଦ ୧୨ ହଜାର ଟଙ୍କା ସହିତ ଏକ ବନ୍ଧୁକୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଗିରଫ ଯୁବକ ଠାରୁ ଜବତ ମଧ୍ୟ କରିଛି । କଟକ କେନ୍ଦ୍ରାଂଚଳ ଅବକାରୀ ବିଭଗର ସୂଚନା ମୁତାବକ ଏନଡିପିଏସ ଆକ୍ଟ ଅନୁଯାଇ ଗିରଫ ଯୁବକକୁ କୋର୍ଟ ଚାଲଣ କରାଯାଇଛି

Leave A Reply