Odisha news

ପୋଲିସ ର ଜୁଆ ଆଡ୍ଡା ରେ ଚଢାଉ:ଏଗାର ଜୁଆଡି ଗିରଫ,୨୪୨୦୦ ଟଙ୍କା ଜବତ

0

ଆସିକା ୨୭/୫ : ଆସିକା ଥାନା ଅନ୍ତର୍ଗତ ବାଲିସୀରା ଗ୍ରାମ ନିକଟରେ ଚାଲି ଥିବା ଜୁଆ ଖେଳ ଉପରେ ବୁଧବାର ଦିନ ପୋଲିସ ଚଢ଼ାଉ କରିଛି। ଜୁଆ ଖେଳୁଥିବା ଏଗାର ଜୁଆଡି ଙ୍କୁ ଗିରଫ କରିବା ସହ ସେମାନ ଙ୍କ ନିକଟ ରୁ ୨୪୨୦୦  ଟଙ୍କା ଓ ୬ ମୋବାଇଲ ପୋଲିସ ଜବତ କରିଛି।ଏସଂପର୍କରେ ରେ ଥାନା ରେ ମାମଲା  ରୁଜୁ ହୋଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

ଲକ୍ ଡାଉନ୍ ସହ  ବାରମ୍ବାର ସଚେତନତା ସତ୍ୱେ କରୋନା  ସଂକ୍ରମଣ ରୋକିବା ନେଇ ସାମାଜିକ ଦୁରତ୍ଵ ପ୍ରତି ଗୁରୁତ୍ୱାରୋପ କରି  ପ୍ରଶାସନ  ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗ୍ରାମାଞ୍ଚଳ ଯୁବ ସମାଜ ଓ ଜନସାଧାରଣ ଙ୍କ ଚାଲି ଚଳନ ରେ ପରିବର୍ତନ ହେଉନଥିବା ପୋଲିସ ର  ଚିନ୍ତା ର କାରଣ ହୋଇଛି।

Leave A Reply