ରାୟଗଡା,୨୭ ।୫ , Rabindra Patkhandal : ପୁଣି ଥମୁନି ଜନନୀ ଯନ୍ତ୍ରଣା ୧୨ କିମି ବାଟ ଷ୍ଟ୍ରେଚରରେ ଧରି ନଈପାର ହୋଇ ୧୦୨ ଆମ୍ବୁଲେନ୍ସ କର୍ମଚାରୀଙ୍କ ସହଯୋଗରେ ପହଞ୍ଚିଲେ ଚିକିତ୍ସାଳୟରେ ଗର୍ଭବତୀ । ରାୟଗଡା ଜିଲ୍ଳାରେ ଥମୁନି ଜନନୀ ଯନ୍ତ୍ରଣା ଦିନକୁ ଦିନ ଏହା ଉଗ୍ରଋପ ନେବାରେ ଲାଗିଛି । କେତେବେଳେ ନଦିଘାଟ ବାଲିପଟରେ ତ ଆଉ କେତେବେଳେ ଚାଷ ଜମିରେ ଗର୍ଭବତୀ ସନ୍ତାନ ଜନ୍ମ ଦେଉଥିବାର ଦୃଷ୍ଟାନ୍ତ ରହିଥିବା ବେଳେ ଆଜି କାଶିପୁର ବ୍ଲକର ମାଣ୍ଡିବିଶି ପଞ୍ଚାୟତ ଅନ୍ତର୍ଗତ ଲେଖାପାଇ ଗ୍ରାମର ଗର୍ଭବତୀ ସୁନ୍ଦରୀ ମାଝୀ । ଯାହାକି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କହୁଥିବା ବିକାଶର ନାରାକୁ ଅଙ୍ଗୁଳି ନିଦେ୍ର୍ଧଷ କରୁଛି । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ହିଁ ନୁହେଁ ଗମନାଗମନ ମଧ୍ୟ ଏକ ଅନୁରୂପ । ଫଳରେ ରାସ୍ତା ନ ଥିବା ଗ୍ରାମକୁ ପଂହଚି ପାରୁନି ସ୍ୱାସ୍ଥ୍ୟ ସେବା ।
ତେଣୁ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଅଭାବନୀୟ ଘଟଣା । ଏମିତି ନିୟମିତ ବ୍ୟବଧାନରେ ରାୟଗଡ଼ା ଜିଲ୍ଲାରେ ଘଟିଚାଲିଛି ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ପାଇଁ ଅନେକ ଯୋଜନ । କିନ୍ତୁ ବିଭିନ୍ନ ସମୟରେ ଗର୍ଭବତୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚିକିତ୍ସାଳୟକୁ ଆସୁଥିବା ନଜରକୁ ଆସୁଛି । ଯାହାର ସ୍ପଷ୍ଟ ଚିତ୍ର ଆଜି କାଶୀପୁର ବ୍ଲକରେ ଦେଖିବାକୁ ମିଳିଛି । କାଶୀପୁର ବ୍ଳକ ମାଣ୍ଡିବିସି ପଂଚାୟତ ଅନ୍ତର୍ଗତ ଲେକାପାଇ ଗ୍ରାମର ୨୩ବର୍ଷୀୟା ଗର୍ଭବତୀ ସୁନ୍ଦୁରୀ ମାଝଙ୍କୁ ଭାରରେ ବୋହି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି ।
ଘଟଣାରୁ ପ୍ରକାଶ ଯେ, ଆଜି ସୁନ୍ଦୁରିଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ତେବେ ଗାଁକୁ ରାସ୍ତା ନଥିବାରୁ ପରିବାରବର୍ଗ ଚିନ୍ତାଗ୍ରସ୍ତ ହୋଇଥିଲେ । ଏ ସମ୍ପର୍କରେ ଆଶାକର୍ମୀ ଚଂଚଳା ମାଝି ଓ ଏଏନଏମ ସୀତା ନାୟକଙ୍କୁ ସୂଚନା ଦିଆଯାଇଥିଲା । ଉଭୟେ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । କିନ୍ତୁ ରାସ୍ତାର ଅଭାବ ଯୋଗୁଁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚିପାରିଲଶନାହିଁ । ଆମ୍ମୁଲାନ୍ସ ପୁଟେସୁ ଗାଁ ପର୍ଯ୍ୟନ୍ତ ଆସି ଅଟକିଯାଇଥିଲା । ଫଳରେ ଆମ୍ବୁଲାନ୍ସର ଷ୍ଟେଚରରେ ଦୋଳା ପ୍ରସ୍ତୁତ କରି ପରିବାର ଲୋକେ, ସାହିଭାଇ ଓ ଆମ୍ବୁଲାନ୍ସ କର୍ମଚାରୀ ମିଳିତ ଭାବେ ସୁନ୍ଦୁରିଙ୍କୁ ବୋହି ଆଣିଥିଲେ । ଲେକାପାଇ ଗାଁ ଠାରୁ ୧୨ କିଲୋମିଟର ଜଙ୍ଗଲ ରାସ୍ତା ଓ ନାଳ ଝରଣା ପାର କରାଇ ପୁଟେସୁ ଗାଁ ପର୍ଯ୍ୟନ୍ତ ଅଣାଯାଇଥିଲା ।
ସେଠାରୁ ଆମ୍ବୁଲାନ୍ସରେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତି କରାଯାଇଛି । ସେଠାରେ ସୁନ୍ଦୁରିଙ୍କର ଚିକିତ୍ସା କରାଯାଇଥିବା ଓ ତାଙ୍କ ସ୍ୱାସ୍ଥ୍ୟ ଭଲଥିବା ସୂଚନା ମିଳିଛି । ୧୨ କିଲୋମିଟର ପାହାଡ଼ିଆ ରାସ୍ତାରେ ଗର୍ଭବତୀଙ୍କୁ ବୋହି ଆଣିବା କେତେ କଷ୍ଟଦାୟକ ତାହା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ ହେବନାହିଁ । ତେବେ ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ମଧ୍ୟ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହେଉନାହିଁ । ଏହି ଘଟଣା ବିଷୟରେ ଜିଲ୍ଳା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିସôାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ରାସ୍ତାଘାଟ ଥିବା ଗାଁରେ ସ୍ୱାସ୍ଥ୍ୟ ସେବା ପଂହଚି ପାରୁଥିବା ବେଳେ ରାସ୍ତାଘାଟ ନ ଥିବା ଗ୍ରାମକୁ ଯଥା ସମ୍ଭବ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଭାଗ କାର୍ଯ୍ୟ କରୁଛି ବୋଲି କହିଥିଲେ ।