Odisha news

କେନ୍ଦ୍ରାପଡ଼ା ସାଂସଦଙ୍କ ସାଲେପୁର ବ୍ଲକ୍ ପ୍ରତିନିଧି ଭାବେ ଗୁଲରେଜ୍ ଅଲ୍ଲୀ ନିୟୋଜିତ

0

ସାଲେପୁର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସାଲେପୁର ବ୍ଲକ୍ ପ୍ରତିନିଧି ଭାବେ ଗୁଲରେଜ୍ ଅଲ୍ଲୀଙ୍କୁ ସାଂସଦ ଶ୍ରୀ ମହାନ୍ତି ତାଙ୍କୁ ମନୋନୀତ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ପ୍ରତିନିଧି ଭାବେ ମନୋନୀତ ହୋଇଥିବା ଗୁଲରେଜ୍ ଅଲ୍ଲୀଙ୍କ ଘର ରୋଧପୁର ଗ୍ରାମରେ ହୋଇଥିବାବେଳେ ସେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କର ସୁଖ ଦୁଃଖରେ ସବୁବେଳେ ଓ ସବୁ ସମୟରେ ସାମିଲ ହୋଇଥାନ୍ତି ।

ସାଂସଦ ଶ୍ରୀ ମହାନ୍ତି ଗୁଲରେଜ୍ଙ୍କୁ ତାଙ୍କ ପ୍ରତିନିଧି ଭାବେ ସାଲେପୁର ବ୍ଲକ୍ ପାଇଁ ମନୋନୀତ କରିଥିôବାରୁ ଗୁଲରେଜ୍ ଅଲ୍ଲୀ ସାଂସଦ ଅନୁଭବ ମହାନ୍ତି, ସାଲେପୁର ବିଧାୟକ  ପ୍ରଶାନ୍ତ ବେହେରା, ରାଜ୍ୟ ବିଜେଡି ସାଧାରଣ ସଂପାଦକ ଦେବାଶିଷ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି

Nalco
Leave A Reply