Odisha news

ମହିଳାଙ୍କୁ ଗଛରେ ବାନ୍ଧି ମାରିବା ଘଟଣା ଭାଇରାଲ୍ ହେବା ୫ ମହିଳାଙ୍କ ସହ ୬ଜଣଙ୍କୁ ଟାଉନପୋଲିସ ଗିରଫ୍ କଲା

0

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ବରାଳପୋଖରୀ ଅଞ୍ଚଳରେ ଜଣେ ମହିଳାଙ୍କୁ କେତେକ ମହିଳା ମିଳିତଭାବେ ଏକ ଗଛରେ ବାନ୍ଧି ମାଡପିଟ୍‍ କରିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଟାଉନ ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ଗତକାଲି ରାତିରେ ଅଭିଯୁକ୍ତମାନଙ୍କୁ ଗିରଫ୍‍ କରିଛି । ପ୍ରକାଶ ଯେ, ବରାଳପୋଖରୀ ଅଞ୍ଚଳର ମାନସୀ ନାୟକ ନାମ୍ନୀ ମହିଳାଙ୍କ ସହ ତାଙ୍କ ପଡୋଶୀଘରର କେତେକ ମହିଳାଙ୍କ ଟଙ୍କା ନେଣଦେଣ ତଥା ଜମିଜମାକୁ ନେଇ ବିବାଦ ରହିଥିଲା । ଏହି କାରଣରୁ ମାନସୀଙ୍କୁ ଗତକାଲି ଏକ ଗଛରେ ବାନ୍ଧି ମାଡପିଟ୍‍ ତଥା ଗାଳିଗୁଲଜ କରିବା ନେଇ ଭିଡିଓ ଭାଇରାଲ ହୋଇଥିଲା ।

ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇ ଘଟଣାରେ ଏକ ମାମଲା(୨୪୪/୨୦, ଦଫା-୩୪୨,୩୨୩, ୨୯୪, ୩୫୪(ବି), ୫୦୬, ୩୪ଆଇପିସି)ରେ ରୁଜୁ କରି ୫ଜଣ ମହିଳା ଅଭିଯୁକ୍ତ-ମିନତୀ ସେନାପତି, ସୁନୀତା ସେନାପତି, ମନୋରମା ସେନାପତି, ଶ୍ରଦ୍ଧାଞ୍ଜଳି ସେନାପତି ଓ ପଦ୍ମାବତୀ ସେନାପତିଙ୍କ ସହ ପ୍ରଦୀପ ସେନାପତିଙ୍କୁ ଗିରଫ୍‍ କରି କୋର୍ଟ ଚାଲାଣ କରିଛନ୍ତି । ମାନସୀଙ୍କ ତରଫରୁ ତାଙ୍କ ସ୍ୱାମୀ ରବିନ୍ଦ୍ର ଦଳେଇ ଏତଲା ଦେଇଥିଲେ । ଅନୁରୂପଭାବେ ମାନସୀଙ୍କ ବିରୋଧରେ ବି ପୋଲିସ ଏକ ମାମଲା(ନଂ-୨୪୩)ରୁଜୁ କରିଥିବା ଜଣାଯାଇଛି । ତେବେ ଏହି ଘଟଣାରେ ଟାଉନ ପୋଲିସର ସମୟୋଚିତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି

Leave A Reply