ସାଲେପୁର ; ଅବସରପ୍ରାପ୍ତ ସି.ଆର.ପି.ଏଫ୍ କର୍ମଚାରୀଙ୍କ ପରଲୋକ ହୋଇଯାଇଥିବା ଜଣାଯାଇଛି । ସାଲେପୁର ବ୍ଲକ୍ ଅନ୍ତର୍ଗତ ତରିତୋ ପଞ୍ଚାୟତ ଗୁଆଳି ଗ୍ରାମର ବିଚନ ପରିଡ଼ାଙ୍କ ଗତ ସୋମବାର ଦିନ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୫୯ବର୍ଷ ହୋଇଥିବାବେଳେ ସେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଯାଇଛି ।
ତାଙ୍କ ମୃତୁ୍ୟ ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ତାଙ୍କ ବାସଭବନରେ ପହଞ୍ଚô ତାଙ୍କର ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତ ପରିଡ଼ାଙ୍କ ବିୟୋଗରେ ରବିନ୍ଦ୍ର ପରିଡ଼ା, ମୁରଲୀଧର ରାଇଗୁରୁ, ବିଜୟ ପତି, ଯୁବନେତା ଲୋଲୁପ ବିଶ୍ୱାଳ, ସିରାଜ ଖାଁ, ଅଶୋକ ସାମଲ, ପ୍ରଭାକର ସୂତାର, ଅନିଲ ପରିଡ଼ା, ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ବେହେରା, ଧରଣୀଧର ପରିଡ଼ା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
