Odisha news

ଗାନ୍ଧୀ ମୂର୍ତ୍ତିକୁ ଭଙ୍ଗା ଅଭିଯୋଗରେ ୨ଜଣ ଗିରଫ୍ ଜଣେ ଫେରାର

0

ସାଲେପୁର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସାରା ବିଶ୍ୱବାସୀ ସମ୍ମାନ ଦେଉଥିବା ଓ ଓଡ଼ିଶାରେ ଗାନ୍ଧୀ ୧୫୦ ଉସôବ ପାଳନ ହେଉଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ୱାରା ଗାନ୍ଧୀମୂର୍ତ୍ତି ଭଙ୍ଗାଯବିା ଘଟଣା ସାଲେପୁର ଅଞ୍ଚଳରେ ଚହଳ ସୃଷ୍ଟି କରିଥିବା ବେଳେ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ଘଟିଛି ସାଲେପୁର ଥାନା ଅଧିନ ଜପକୁଦ ଫାଣ୍ଡି ଅଞ୍ଚଳ ସିଢ଼ୋ ପଂଚାୟତର ତାରିଣୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ ଅବୟବକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ ।

ଘଟଣା ବିଷୟରେ ରମେଶ ଚନ୍ଦ୍ର ନାୟକ ଜପକୁଦ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଜପକୁଦ ଫାଣ୍ଡି ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଗାନ୍ଧୀମୂର୍ତ୍ତି ଭଙ୍ଗା ଘଟଣାରେ ସ୍ଥାନୀୟ ଅଞ୍ଚଳର ଅବିନାଶ ମହାନ୍ତି ଓରଫ୍ ବିଗନ ଓ ଦେବାଶିଶ ବଳ ଓରଫ୍ ଦିପୁକୁ ଗିରଫ୍ କରାଯାଇଥିବା ବେଳେ ନବଘନ ଜେନା ଫେରାର୍ ହୋଇଯାଇଛନ୍ତି । ଗାନ୍ଧୀମୂର୍ତ୍ତି ଭାଙ୍ଗିବା ପରେ ତାରିଣୀ ଛକରେ ଶୋଧା ଗାଳି କରିବା ଏବଂ ରମେଶ ଚନ୍ଦ୍ର ନାୟକଙ୍କ ଦୋକାନ ଘରକୁ ବାଡ଼େଇ ଭାଙ୍ଗି ଦେଇଥିବା ବିଷୟ ଏତାଲାରେ ଉଲ୍ଲେଖ ହୋିଛି ।

ରମେଶଙ୍କ ବଡ଼ ଭାଇ ମୀନକେତେନଙ୍କ ଉପରେ ଏହି ୩ଜଣ ଠେଙ୍ଗାରେ ଆକ୍ରମଣ କରିଥିବା ଓ ହତ୍ୟା ଧମକ ଦେଇଥିବା ଏତାଲାରୁ ପ୍ରକାଶ । ପୋଲିସ୍ ଘଟଣାର ଛାନ୍ଭିନ୍ କରୁଛି । ଫେରାର ଥିବା ନବଘନକୁ ଖୁବଶିଘ୍ର ଗିରଫ୍ କରାଯିବ ବୋଲି ପୋଲିସ୍ ପକ୍ଷରୁ ପ୍ରକାଶ । ତେବେ ଏହି ଘଟଣାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଥିବା ଶୁଣାଯାଏ । ଅପରପକ୍ଷେ ଗିରଫ୍ ହୋଇଥିବା ଅବିନାଶଙ୍କ ମାଆ ଅନ୍ନପୂର୍ଣ୍ଣା ମହାନ୍ତି ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବିଷୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । କେଶ୍ ନଂ-୯୯/୨୦ ଓ ୧୦୦/୨୦ରେ ମାମଲା ରୁଜୁ ହୋଇ କୋର୍ଟ ଚାଲଣ କରାଯିବା ସହ ଜେଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.