Odisha news

ବିରୁପା ନଦୀର ନାଳିକୂଳ ଘାଟରେ ଡ଼ଙ୍ଗା ବୁଡ଼ି ଯିବାରୁ ଜଣେ ମୃତ

0

ସାଲେପୁର : ସାଲେପୁର ବ୍ଲକ୍ ନରଦା ପଂଚାୟତ ହରିପୁର ଗ୍ରାମ ନିକଟରେ ପ୍ରବାହିତ ବିରୁପା ନଦୀର ନାଳିକୂଳ ଘାଟରେ ଏକ ଡ଼ଙ୍ଗା ବିଡ଼ି ଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ସାଲେପୁର ଥାନା ଅଧିନ ଏହି ବେଆଇନ୍ ଘାଟରେ ଘଟିଛି ଦୁର୍ଘଟଣା । ଆଜି ଲେଖନପୁର ଗ୍ରାମର ଦୋଳବିମାନ ଗୋବିନ୍ଦପୁର ମେଲଣକୁ ଯାଇ ଡ଼ଙ୍ଗାରେ ବିମାନସହ ୩୦ରୁ ଉଦ୍ଧ୍ୱର୍ ଲୋକ ଫେରୁଥିବା ବେଳେ ପୁରୁଣା ଡ଼ଙ୍ଗାଟି ଅତ୍ୟଧିକ ଓଜନ ଯୋଗୁ ଗଣ୍ଡରେ ବୁଡ଼ିଯାଇଥିଲା ।

ଘଟଣାରେ ୪ଜଣ ନିଖୋଜ ହୋଇଯାଇଥିଲେ । ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭୀମଦାସପୁର କୁଣ୍ଡିକୁଳ ଗ୍ରାମର ରଶ୍ମିରଂଜନ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ନଦୀ ଗଣ୍ଡରୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ । ତେବେ ଡ଼ାକ୍ତର ରଶ୍ମିରଂଜନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସାଲେପୁର ପୋଲିସ୍ ଶବକୁ ଜବତକରି ବ୍ୟବଚ୍ଛେଦପାଇଁ ପଠାଇ ଡ଼ଙ୍ଗାବିଡ଼ି ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶଥାଉକି ଏହି ଘାଟଟି ସଂପୂର୍ଣ୍ଣ ବେଆଇନ୍ ବୋଳି ଜଣାପଡ଼ିଛି ।

ବେଆଇନ୍ ଘାଟରେ କିପରି ଡ଼ଙ୍ଗା ଚାଲୁଥିଲା ତାହା ପ୍ରଶାସନପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରିଛି । ଅପରପକ୍ଷେ ଏଠାରୁ ମେସିନ୍ ଯୋଗେ ବେଆଇନ୍ ଭାବେ ବାଲି ଚାଲଣ ହୋଇଥିବାରୁ ଏକ ଗଣ୍ଡ ସୃଷ୍ଟି ହୋଇଥିବା କୁହାଯାଇଛି । ଡ଼ଙ୍ଗାରେ ଆସୁଥିବା ଦୋଳ ବିମାନ ବୁଡ଼ି ଯିବାରୁ ଠାକୁରଙ୍କ ମୂର୍ତ୍ତି ମଧ୍ୟ ପାଣିରେ ହଜିଯାଇଥିବା ଜଣାପଡ଼ିଛି । ତେବେ ବୁଡ଼ିଯାଇଥିବା ଡ଼ଙ୍ଗାକୁ ପାଣି ଭିତରୁ ଉଠାଇ ନିଆଯାଇ କେଉଁଠାରେ ଲୁଚାଇ ଦିଆଯାଇଥିବା ବେଳେ ଡ଼ଙ୍ଗା ଚାଳକ ଫେରାର ହୋଇଯାଇଛି । ପ୍ରଶାସନିକ ଅବହେଳାର ଏହା ଏକ ଠୋସ୍ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply