ବାଲିଗୁଡା-; ବାଲିଗୁଡାର ଖଜୁରୀନାଳରେ ଥିବା ପମ୍ପହାଉସ ନିକଟ ଦେଇ ଯାଇଥିବା ରାସ୍ତାରେ ମହିଳା ଓ ପୁରୁଷମାନେ ମାନେ କରିଥିଲେ ରାସ୍ତା ରୋକ । ରାସ୍ତାରୋକ ସମୟରେ ହାଣ୍ଡି,ଦେକଚି,ମାଠିଆ,ବାଲତିକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ସୁଚନା ଯୋଗ୍ୟ ଯେ ବାଲିଗୁଡା ସହରକୁ ଗତ ଆଠ ଦିନରୁ ଅଧିକଧରି ଘରକୁ ଘର ଓ ପାଇପ ରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଜଳ ଯୋଗାଣ ବନ୍ଦ ହୋଇଯିବା ଫଳରେ ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ବାରମ୍ବାର ପାଣି ପାଇଁ ବାଲିଗୁଡାର ଖଜୁରୀନାଳରେ ଥିବା ଜନସ୍ୱାସ୍ଥ୍ୟ ବିଭାଗକୁ ଯାଇ ଅଭିଯୋଗ କରୁଛନ୍ତି କିନ୍ତୁ ଏହି ବିଭାଗର ଦ୍ୱାୟୀତ୍ୱରେ ଥିବା ଯନ୍ତ୍ରୀ କିଏ ଉପସ୍ଥିତ ରହୁନଥିବା ହେତୁ କାହାକୁ ପାଣି ସମସ୍ୟା ନେଇ ଗୁହାରୀ କହିବେ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ରାସ୍ତାରୋକ କରୁଥିବା ବିକ୍ଷୋଭକାରୀ ମାନେ କହିଛନ୍ତି ଯେ ଖରା ଦିନ ଆରମ୍ଭ ନହେଉଣୁ ଯଦୀ ପାଣି ସମସ୍ୟା ଦେଖାଦେଲାଣି ତେବେ ଆଗାମି ଆସୁଥିବା ଖରା ଦିନରେ ପାଣି ପାଇଁ ଉକôଟ ସମସ୍ୟା ଦେଖାଯିବ ବୋଲି କହିଛନ୍ତି ।
ବିକ୍ଷୋଭକାରୀ ମାନଙ୍କୁ ଗୋଟିଏ ଦାବୀ ଆମକୁ ସବୁ ଦିନ ପାଣି ଦରକାର । ଆମକୁ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆମେ ରାସ୍ତା ରୋକରୁ ହଟିବୁ ନାହିଁ ବୋଲି କହିଥିଲେ । ଏହାପର ରାସ୍ତାରୋକ ସ୍ଥାନକୁ ସ୍ଥାନୀୟ ଆଇଆଇସି ପ୍ରସାନ୍ତ କୁମାର ବେହେରା ଯାଇ ସମସ୍ତଙ୍କୁ ବୁଝାଇଥିଲେ ଓ କହିଥିଲେ ପାଣି ସମସ୍ୟା ରହିବ ନାହିଁ ଓ ତାପରେ ଅଧଘଣ୍ଟା ପାଇଁ ପମ୍ପହାଉସରୁ ପାଇପ ଯୋଗେ ପାନି ଛଡାଯାଇଥିଲା । ଏହାପରେ ବିକ୍ଷୋଭକାରୀ ରାସ୍ତାରୋକରୁ ହଟିଥିଲେ ।