Odisha news

ପ୍ରସିଦ୍ଧି ଦୋଳଯାତ୍ରା ରେ ଦୋଳ ବିମାନରେ ଶ୍ରୀରାଧା ଶ୍ରୀକୃଷ୍ଣ ଉପବେଶନ।

0
       ଗଞ୍ଜାମ ସହରରେ ପ୍ରସିଦ୍ଧ ଦୋଳଯାତ୍ରା ର ସାହି ଯାତ୍ରା ରେ ନିଜ ମନ୍ଦିର ମଧ୍ୟରୁ ଶ୍ରୀରାଧା ଗୋବିନ୍ଦ ମହାପ୍ରଭୁ ଙ୍କୁ ପାରମ୍ପରିକ ରୀତିନିତି ଅନୁଯାୟୀ
ପୂଜାର୍ଚନା କରାଯାଇ ବାଦ୍ୟବଜଣା ସହ ମନ୍ଦିର ମଧରୁ ମନ୍ଦିର ସଂମ୍ମୁଖ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଦୋଳ ବିମାନ କୁ ଉପବେଶନ କରାଯାଇଥିଲା।ପରେ ସାହି ଯାତ୍ରା ରେ ବିଭିନ୍ନ ସାହି ମନ୍ଦିର
ସଂମ୍ମୁଖରେ ସଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରବିବାର ମଧ୍ୟନ୍ନ ରେ ଠାକୁର ମାନଙ୍କୁ ଦୋଳ ବିମାନରେ ବଡବଜାର ଯାତ୍ରା ସ୍ଥଳକୁ ସ୍ଥାନ ଚିହ୍ନଟ ନେଇ ବିରାଟ ପଟୁଆରରେ ନିଆଯାଇ ପୁଣି ନିଜ ନିଜ ମନ୍ଦିର ଅଭିମୁଖେ ନିଆଯାଇଥିଲା।ଏହି ସମୟରେ ଇନ୍ଦ୍ର ଦେବତାଙ୍କ କୋପ ଯୋଗୁଁ ବର୍ଷା ପ୍ରଭାବ ରେ ଠାକୁର ମାନଙ୍କ ମହାମିଳନ ପର୍ବରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ରାତ୍ରରେ ଦୋଳଯାତ୍ରା ନିମନ୍ତେ ପ୍ରତ୍ୟକ ଦୋଳ ପୂର୍ଣ୍ଣମା ଯାତ୍ରା କମିଟି ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରା ଯାଇଥିଲା।
ବଡ଼ବଜାରରେ ଠାକୁର ମାନଙ୍କ ମହା ମିଳନ ଏବଂ ସାଂସୃତିକ କାର୍ଯ୍ୟକ୍ରମ ନିମନ୍ତେ ଲୋକ ଙ୍କ ଭିଡ଼ ବଢୁଥିବା ପରିଲକ୍ଷିତ ହେଉଥିବା ବେଳେ ବିଭିନ୍ନ ପସରା ଉଠା ଡୋକାନ ପଡିଥିବା ଜେଖିବାକୁ ମିଳିଛି।
Leave A Reply