ସାଲେପୁର,୩/୯:-ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ ଦାବୀ ଜୋର ଧରିଲା।ଏହି ପରିପ୍ରେକ୍ଷୀରେ ଟାଙ୍ଗି- ସାଲେପୁର ର ଲୋକ ସେବା ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ ମହାନ୍ତିଙ୍କ ନେତୃତ୍ୟରେ ଏକ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଦାବିପତ୍ର କଟକ ଜିଲ୍ଲା ପାଳ ଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଅତ୍ୟାଚାରି ଇଂରେଜ ଶାସନ ପକ୍ଷରୁ ଟି. ଇ ରେଭେନ୍ସା ସାହେବ ଯେ କି କଟକ ଦାୟିତ୍ୱରେ ଥିବା ତାଙ୍କ କାର୍ଯ୍ୟ ବିବାଦସ୍ପଦ ଥିଲା ।ଦୁର୍ବିକ୍ଷ ସମୟରେ ବିପର୍ଯୟ ପରିଚାଳନାରେ ଅମ୍ପୁର୍ଣ ବିଫଳ ହୋଇଥଲେ ।କଟକ ମାଟିର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କୌଣସି ଇଂରେଜ ସରକାର କର୍ମଚାରୀଙ୍କ ନାମରେ ରହିବା ପରିବର୍ତେ ଓଡ଼ିଶାର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ବରପୁତ୍ରଙ୍କ ନାମରେ ପ୍ରସ୍ତାବ ଦେବାସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମକୁ ଉତ୍କଳ ଗୌରବ ମଧୁସୁଦନ ଦାସ ନାମରେ ନାମିତ କରାଯାଉ ବୋଲି ଦାବିପତ୍ର ଦିଆଯାଇଛି । ଲୋକ ସେବା ଫାଉଣ୍ଡେସନ ର ସଦସ୍ୟ ତଥା ଆଇନଜୀବୀ ରାଜୀବ ସଢଙ୍ଗୀ,ପ୍ରସନ୍ନ କୁମାର ସାହୁ, କମି ସ୍ୱାଇଁ,ଧ୍ରୁବ ଚରଣ ମହାନ୍ତି,ରଞ୍ଜନ କୁମାର ସାହୁ,ସନାତନ ଲେଙ୍କା,ମନୋରଞ୍ଜନ ବିଶ୍ୱାଳ, ରାଜୀବ ଦ୍ୱିବେଦି,ରବୀନ୍ଦ୍ର ପୁହାଣ,ଆକାଶ ପାତ୍ର, ସତିକାନ୍ତ ମହାନ୍ତିଙ୍କ ବହୁ ସଦସ୍ୟ ଉପସ୍ଥିତ ରହି କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
