Odisha news

ସାଲେପୁରରେ ୨୩ କରୋନା ପଜିଟିଭ୍ ରୁ ପୁଣି ସୁସ୍ଥ ହେଲେ ୨୦ଜଣ

0

ସାଲେପୁର : ଏବେ ସମଗ୍ର ବିଶ୍ୱ ସମେତ ରାଜ୍ୟରେ କରୋନା ମହାମାରୀର ଭୟ ଦିନକୁ ଦିନ ସଂଗୀନ ହେବାକୁ ଲାଗିଥିବାବେଳେ ସାଲେପୁର ଅଞ୍ଚଳବାସୀଙ୍କ ପାଇଁ କରୋନାକୁ ନେଇ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି । ଅଦ୍ୟାବଧି ସାଲେପୁର ଅଞ୍ଚଳର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପ୍ରାୟ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ ଏବେ ସମଗ୍ର ବିଶ୍ୱ ସମେତ ଦେଶ ଓ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସାଲେପୁର ବ୍ଲକ୍ରେ କରୋନା ସଂକ୍ରମଣକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି ।

ଓଡ଼ିଶା ବାହାରୁ ଆସି ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୨୩ଜଣ ଆକ୍ରାନ୍ତ ହୋଇଥିବାବେଳେ ଅଦ୍ୟାବଧି ସେମାନଙ୍କ ମଧ୍ୟରୁ ୨୦ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ଘଟଣା ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।  ଅପର ପକ୍ଷରେ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବାପାଇଁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଉଥିବାବେଳେ ସାଲେପୁରରେ କେତେକ ଅମାନିଆ ସରକାରଙ୍କ ଏହି ନିୟମକୁ ସୁଚାରୁ ରୂପେ ପାଳନ କରୁନାହାନ୍ତି । ବିନା ମାସ୍କରେ ସାଲେପୁର ବଜାରରେ ବହୁ ଲୋକ ବୁଲୁଥିବାବେଳେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି । ଯଦି ଏହିଭଳି ଚାଲେ ତେବେ ଆଗାମୀ ଦିନରେ କରୋନା ସଂକ୍ରମଣ ଭୟଂକର ରୂପ ନେବ ବୋଲି ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Nalco
Leave A Reply