ସାଲେପୁର : ସାଲେପୁର ପୋଲିସ ପକ୍ଷରୁ ଚଢ଼ାଉ କରି ୬୨୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଛକ ନିକଟରୁ ନିରଞ୍ଜନ ସାମଲ ଦୋକାନ ରେ ଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରି ତାଙ୍କ ନିକଟରୁ ୬୨୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ନିରଞ୍ଜନ ସାମଲ କୁ ଗିରଫ କରିଥିଲେ। ସାଲେପୁର ପୋଲିସ କେସ ନଂ ୧୧୭/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସାଲେପୁର ଆଦର୍ଶ ଥାନା ଆଇ ଆଇ ସି ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।