Odisha news

ଅଟଳ ସେନାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0
ସାଲେପୁର : ଅଟଳ ସେନା ଓଡ଼ିଶାର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ସାଲେପୁରସ୍ଥିତ ସାରଳା ମଣ୍ଡପ ପରିସରରେ ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି ।ପ୍ରାରମ୍ଭରେ ଭାରତ ମାତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ମୁଖ୍ୟ ଅତିଥି ସେନାର ଉପଦେଷ୍ଟା ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଉମେଶ ଚନ୍ଦ୍ର ପତି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟ କାରିଣୀକୁ ଆନୁଷ୍ଠାନିକ ଭାବରେ   ଉଦଘାଟନ କରିସାରିବା ପରେ ସେନାର ଉପଦେଷ୍ଟା ଅଧ୍ୟାପକ କାର୍ତ୍ତିକ ଚରଣ ସେଠୀଙ୍କ ବିୟୋଗରେ ତାଙ୍କର ଅନ୍ତିମ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ସେନାର ସଂଘଠନ ସମ୍ପ୍ପ।ଦକ ରବୀନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମ ଆଲୋଚ୍ୟ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟ କାରିଣୀରେ ପାଞ୍ଚଟି ପ୍ରସ୍ତାବ ବିଷୟରେ, ଅଟଳ ବିହାରୀ ବାଜପୟୀଙ୍କ ଜନ୍ମ ଶତବାର୍ଷିକୀ ଜୟନ୍ତୀ ପାଳନ ନିମନ୍ତେ ଏକ ରାଜ୍ୟସ୍ତରୀୟ କମିଟି ଗଠନ,  ଆସନ୍ତା ଉତ୍କଳ ଦିବସ ପାଳନ , ଆସନ୍ତା ନିର୍ବାଚନରେ ଶତପ୍ରତିଶତ ମତଦାନ ପାଇଁ ସଚେତନତା କାର୍ଯ୍ୟ କ୍ରମ, ଅଟଳଯୁବ,ମହିଳା ଓ ବୁଦ୍ଧିଯିବି ସଂଘ କମିଟି ଗଠନ ,ଜୈବିକ ଚାଷ ପ୍ରଣାଳୀ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଗଲା ।ଉକ୍ତ କାର୍ଯ୍ୟ କାରିଣୀରେ ଅଟଳ ସେନା ଚିନ୍ତନ ପରିଷଦର ଉପାଦକ୍ଷ ପ୍ରଫେସର ପ୍ରଭାତ କିଶୋର ନାୟକ ଉପଦେଷ୍ଟା କବି କୁଳମଣି ବାରିକ,ଶିକ୍ଷାବିତ୍ ଜଗନ୍ନାଥ ବସ୍ତିଆ ,ସଂଗଠକ କୁଞ୍ଜ ମୋହନ ସେଠୀ, ଅଟଳସେନା ରାଜ୍ୟ ସମ୍ପାଦକ ପ୍ରଦୀପ୍ତ କୁମାର ବିଶ୍ବାଳ, ରାଜ୍ୟ ମହିଳା ସଂଘ ସମ୍ପାଦିକା ସସ୍ମିତା ବେହେରା , ସଂଯୁଲତା ସିଂହ ,ସାଂସ୍କୃତିକ ସମ୍ପାଦକ ଇଞ୍ଜିିୟର ବିଭୂତି ଭୂଷଣ ପାତ୍ର , ସାମାଜିକ ଗଣ ମାଧ୍ୟମ ମୁଖ୍ୟ ହରେକୃଷ୍ଣ ସାମଲ , ଯୁବ ସଂଘ ସମ୍ପାଦକ ସନାତନ ଜତି , ଶ୍ରମିକ ସଂଘ ସମ୍ପାଦକ ନାରାୟଣ ଚନ୍ଦ୍ର ବେହେରା , କାର୍ଯ୍ୟକାରୀ କମିଟି ସଭ୍ୟ ହରିହର ପ୍ରଧାନ, ରବି ନାରାୟଣ ପଟ୍ଟନାୟକ , ଅନିତା ସ୍ୱାଇଁ , ଇତିଶ୍ରୀ ସାମଲ ,ଲକ୍ଷ୍ମୀପ୍ରିୟା ବେହେରା , ସିତାରାଣି ସାହୁ , ମିତାଞ୍ଜଳି  ବେହେରା , ପ୍ରେମଲତା ମୁଦୁଲି , ପ୍ରଶାନ୍ତ ସେଠୀ , ରମେଶ ମୁଦୁଲି , ପ୍ରମୁଖ କାର୍ଯ୍ୟ କାରିଣୀ ବୈଠକରେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରୂପାୟନ ସମିତି ସମ୍ପାଦକ ତାପସ ରଂଜନ ତ୍ରିପାଠୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲା ବେଳେ କାର୍ଯ୍ୟକାରୀ କମିଟି ସଭ୍ୟ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
Leave A Reply