ସାଲେପୁର : ସାଲେପୁର ସ୍ଥିତ କେଶବ ମଣ୍ଡପ ଠାରେ ପଣ୍ଡିତ ବୀରେନ୍ଦ୍ରନାଥ କରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି l ବେଦପାଠ କରାଯାଇ ସ୍ବର୍ଗତ କରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା l ଅନୁଷ୍ଠିତ ସ୍ମୁତିସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଅଧକ୍ଷ ଲୋକଭାଷା ପ୍ରଚାର ସମିତିର ଡକ୍ତର ସଦାନନ୍ଦ ଦୀକ୍ଷିତ ଯୋଗଦେଇ “ସ୍ମୃତି ଶ୍ରଦ୍ଧାଞ୍ଜଳି” ପୁସ୍ତିକା ଉନ୍ମୋଚନ କରିଥିଲେ l ସ୍ବର୍ଗତ ବୀରେନ୍ଦ୍ରନାଥ କରଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଡକ୍ତର ଗୌତମ ମହାରଣା,ଡକ୍ତର ବିପିନି ବିହାରୀ ଶତପଥୀ, ଡକ୍ତର ସଂଗୀତା ମିଶ୍ର ସାମ୍ବାଦିକ ଅକ୍ଷୟ କୁମାର ଦାଶ,ସମାଜସେବୀ ପ୍ରଶାନ୍ତ କୁମାର କର,ଦିଲ୍ଲୀପ ଦାଶ,ପୂର୍ଣ୍ଣଚନ୍ଦ୍ର ଓଝା, ପ୍ରସନ୍ନ ମିଶ୍ର, ବିଷ୍ଣୁଚରଣ ମିଶ୍ର, ରବୀନ୍ଦ୍ର ନାଥ କର,ଡାକ୍ତର କିଶୋର ଦାସ,ରମେଶ ଚନ୍ଦ୍ର ପଣ୍ଡା,ସଚ୍ଚିତାନନ୍ଦ ମିଶ୍ର,ରଞ୍ଜିତା ସେଠୀ, ନମିତା ସେଠୀ, ତୃପ୍ତିରେଖା ପରିଡା, ରାଜଶ୍ରୀ ଜେନାଙ୍କ ସମେତ, ସଞ୍ଜିତ ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ସାମ୍ବାଦିକ ପ୍ରମୁଖ ସ୍ବର୍ଗତ କରଙ୍କ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ତାଙ୍କ ପୁତ୍ର ବିରଞ୍ଚି ନାରାୟଣ କର ଓ ବିଭୁତି ନାରାୟଣ କର ପରିଚାଳନା କରିଥିଲେ (ଫୋଟ ଅଛି)