ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନୂଆସୋମେଶ୍ୱର ପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସରକାରୀ ଧାନ ମଣ୍ଡି ଆଜି ଶୁଭାରମ୍ଭ ହୋଇଯାଇଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହିତ ସମବାୟ ବିଭାଗ ଏବଂ ମିଶନ ଶକ୍ତି ର ମିଳିତ ସହଯୋଗରେ ଆୟୋଜିତ ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ମଣ୍ଡି ଉଦଘାଟନ କରି ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ବିଗତ ୧0 ବର୍ଷ ମଧ୍ୟରେ କୃଷି ଓ କୃଷକ ମାନଙ୍କ ବିକାଶ ରେ ବ୍ୟାପକ ଉନ୍ନତି ଘଟିଛି ବୋଲି କହିଥିଲେ | ସତ୍ୟବାଦୀରେ ଜଳ ନିଷ୍କାସନ ସମସ୍ୟା ସମାଧାନ ହୋଇଥିବାରୁ ଚଳିତ ବର୍ଷ ପ୍ରଚୁର ଫସଲ ଉତ୍ପାଦନ ହୋଇ ପାରିଛି ବୋଲି ସେ କହିଥିଲେ | ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ସମବାୟ ସମ୍ପ୍ରସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ନୂଆସୋମେଶ୍ୱରପୁର ସମବାୟ ସମିତି ସଭାପତି ବେନୁ ବାରିକ ଉଦଘାଟନ ଉତ୍ସବ ସଭାରେ ସଭାପତିତ୍ବ କରିଥିଲେ | ଅନ୍ୟତମ ଅତିଥି ଭାବରେ ଆର.ଏମ.ସି. ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ, ସ୍ଥାନୀୟ ସମିତି ସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା ଓ ମୁଖ୍ୟ ବକ୍ତା ଭାବରେ ବ୍ୟାଙ୍କ ଉପସଭାପତି ଙ୍କ ପ୍ରତିନିଧି ଶ୍ରୀଧର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମବାୟ ସମିତି ସଭାପତି ବିକ୍ରମ ଜେନା, ବିରଞ୍ଚି ନାରାୟଣ ମିଶ୍ର, ସନ୍ତୋଷ ସାହୁ,ଭଜମନ ପ୍ରଧାନ,ପ୍ରକାଶ ମିଶ୍ର,ମନୋଜ ପ୍ରଧାନ,ସ୍ୱାଧୀନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ | ସମବାୟ ସମିତି ସମ୍ପାଦକ ବ୍ରଜବନ୍ଧୁ ସାହୁ, ଜୟନ୍ତ ରଥ ଙ୍କ ସହିତ ସମସ୍ତ ସମ୍ପାଦକ, କର୍ମକର୍ତ୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସରପଞ୍ଚ ଓ ସମିତି ସଭ୍ୟ, ପଞ୍ଜିକୃତ ଚାଷୀ ପ୍ରମୁଖ ସଭାରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ