Odisha news

ମକରଭାର ସହ ବାହୁଡିଲେ ମହାଲକ୍ଷ୍ମୀ: ମନ୍ଦିର ରେ ନବାଙ୍କ ଵେଢା ଅନୁଷ୍ଠିତ

0
ସାକ୍ଷୀଗୋପାଳ  : ପୁଷମାସ ଶେଷରେ ଵାପଘରୁ ମନ୍ଦିର କୁ ଫେରିଛନ୍ତି ମହାଲକ୍ଷ୍ମୀ। ସାଙ୍ଗରେ ଆଣିଛନ୍ତି ମକରଭାର। ପ୍ରତିବର୍ଷ ପରି ଶୁକ୍ରବାର ମାସାନ୍ତ  ଅପରାହ୍ନରେ ଦାସବିଦ୍ୟାଧରପୁର ପଞ୍ଚାୟତର ବସନ୍ତପୁର ଗ୍ରାମର ଦେବରାଜ ସାହୁଙ୍କ ଘରୁ ସାକ୍ଷୀଗୋପାଳ ମନ୍ଦିର କୁ ମକରଭାର ଵାହାରିଲା। ଦୁଇଟି ଓଳିଆରେ ନୂଆ ଅରୁଆ ଚାଉଳ, ନଡ଼ିଆ, ପାଚିଲା କଦଳୀ, ଧନୁମୁଁଆ, ଫୁଲମାଳ ଏବଂ ଠାକୁର ଙ୍କ ଲାଗି ନିମନ୍ତେ ନୂତନଵସ୍ତ୍ର ସହ ମନ୍ଦିର ନିକଟସ୍ଥ ଦୋଳବେଦୀ ରେ ପହଞ୍ଚଥିଲେ। ମନ୍ଦିର ରେ ଗୋଧନଵାହୁଡା ଭୋଗ ପରେ ସନ୍ଧ୍ୟା ଧୁପ ବେଶ କରାଯାଇଥିଲା। ଏକାଦଶୀ ବଢାନୀତି ପରେ ବିଜେ ପ୍ରତିମା ମଦନମୋହନ ଗରୁଡସ୍ତମ୍ଭ ନିକଟକୁ ବିଜେ କରିଥିଲେ। ଏହାପରେ ଛତିତ୍ରାସ, ଘଣ୍ଟ, ଵାଜା, ମହୁରୀ, ଵିଜେ କାହାଳୀ ଓ ଛାମୁ ମଶାଲ ସହିତ ସେଵାୟତ ଓ ମନ୍ଦିର କର୍ମଚାରୀ ମକର ଭାରୁଆ ଙ୍କ ସହ କୁଣିଆଙ୍କୁ ମନ୍ଦିର କୁ ପାଛୋଟି ଆଣିଥିଲେ। ମହାଲକ୍ଷ୍ମୀ ଙ୍କ ଭାର ମନ୍ଦିର ରେ ପ୍ରବେଶ କରିବା ମାତ୍ରେ ଗୁଆପାହଚରେ ଖିର ଉତୁରା ପର୍ଵ ଆରମ୍ଭ ହୋଇଥିଲା। ଏଭଳି ଶୁଭ ଦୃଶ୍ୟ ଦେଖି ଭାର ମନ୍ଦିର ଭଣ୍ଡାର କୁ ଯାଇଥିଲା। ମନ୍ଦିର ସିଂହାସନ ଚାରିପାଖେ ତିନି ଘେରା ଓ ବେଢ଼ାରେ ୬ଘେରା ଏପରି ନଵାଙ୍କ ବେଢ଼ା ନୀତି ସଂପନ୍ନ କରାଯାଇଛି। ଏହି ଅଵସରରେ ଶରୀରରୁ ପୀଡା ଲାଘବ ଏବଂ ଶ୍ରଦ୍ଧାଭକ୍ତିରେ ଶ୍ରଦ୍ଧାଳୁମାନେ ମନ୍ଦିର ବେଢା ୯ ଥର ପରିକ୍ରମା କରିଥିଲେ। ଆଦୌ ଚାଉଳ ଭୋଗ ଲାଗି କରାଯାଉନଥିବା ସାକ୍ଷୀଗୋପାଳ ଠାକୁରଙ୍କୁ ମକରଭାରରେ ପ୍ରସ୍ତୁତ ମକର ଚାଉଳ ବର୍ଷକୁ ଗୋଟିଏ ଦିନ ମକର ସଂକ୍ରାନ୍ତି ପର୍ଵରେ ସ୍ବତନ୍ତ୍ର ଲାଗି କରାଯିବ।
Nalco
Leave A Reply