ସାକ୍ଷୀଗୋପାଳ: ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ଏକ ଦିନିକିଅI ଟେଲିକମ ଗ୍ରାହକ ଅଧିକାର ଓ ସାଇବର ସଚେତନତା କର୍ମଶଳI ସାକ୍ଷୀଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମ୍ରତି ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି I ଏହାକୁ ଦୂରସଂଚାର ନିର୍ଦ୍ଦେଶକ କ୍ରିଷ୍ଣl ନନ୍ଦ ରାୟ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ଓ ସାଇବର ନିରାପତ୍ତା ଡିଜିଟାଲ ସାକ୍ଷରତା ଓ ଇ ସେବାର ଗୁରୁତ୍ଵ ଉପରେ ସାଧନକର୍ମୀ ଭାବେ ବିଭାଗର ପାଣ୍ଡେ ବିଜୟ ଭୂଷଣ ପାୱାର ପଏଣ୍ଟରେ ତାଲିମ ପ୍ରଦାନ କରି ଆଜିକାଲି ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ସଭିଙ୍କ ପାଇଁ ଅତିଆବଶ୍ୟକ ହୋଇପଡିଥିବାରୁ ଗ୍ରାହକ ସଚେତନତା ପ୍ରତି ଯତ୍ନବାନ ହେବା ଉପରେ ସେ ଗୁରୁତ୍ଵ ଦେଇଥିଲେ I କିନ୍ତୁ ଶତକଡା ୯୫ ଭାଗ ଶିକ୍ଷିତ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ଅଭାବରୁ ଟେଲିକମ କମ୍ପାନୀ ମାନଙ୍କୁ ଲୁଟିବା ପାଇଁ ସୁଯୋଗ ମିଳେ I, ବିଶେଷ କରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଂରାଜୀ ଭାଷାରେ ଟର୍ମ ଓ କଣ୍ଡିସନ ରଖିଥାନ୍ତି ଯାହା ଗ୍ରାହକଙ୍କ ଭାବନାରେ ଭବିଷ୍ୟତରେ ଲୁଟିବା ରାସ୍ତା ପ୍ରଶସ୍ତ କରିଥାଏ, ନେଟୱର୍କ ସମସ୍ୟା, ଗୁଣବତ୍ତା ସେବା ପାଇବାରୁ ବଞ୍ଚିତ ଥିଲେବି ଦୈନିକ ଧାର୍ଯ୍ୟ ଦେୟ ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁନ ମାନର ସେବା, ବିଶେଷ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ମୋବାଇଲ ସେବା ନଥିବା ପଞ୍ଚାୟତ ବିଶିଷ୍ଟ ଅଗ୍ରଣୀ ଜିଲ୍ଲା ଥିବା ଦୃଷ୍ଟିରୁ ସବୁଠି ନେଟୱର୍କ ପହଞ୍ଚାଇବ ସରକାରଙ୍କ କଡା ନିଷ୍ପତ୍ତି ଥିଲେବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷରତା , ଇ ଗଭାର୍ଣ୍ଣାନସ ଜନିତ ଇତାଲ,ଉମାଙ୍ଗ,ଜନ ସମର୍ଥ,ଡିଜି ଲକର,ଆଧାର ,ଇ-ସଞ୍ଜୀବନୀ ସ୍ୱାସ୍ଥ୍ୟ ସେବା,ଇ ଶ୍ରମ କାର୍ଡ, ଇ-ବ୍ୟାଙ୍କିଙ୍ଗ , ସମସ୍ତ ଇ-ସେବା ପାଇଁ ଆବଶ୍ୟକ ଭିତ୍ତି ଭୂମିର ଅଭାବ, ନେଟୱର୍କ ସମସ୍ୟା, ଇଣ୍ଟରନେଟ ଧିମୀଗତିରେ ଚାଲିବI,ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପିଲେଟ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବା, ଟ୍ରାଇର ଭାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘରୋଇ ଇଣ୍ଟରନେଟ ସେବାକାରୀ ଓ ଡ଼ିଟିଏଚ, ଗ୍ରାହକ ଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ବର୍ତମାନ ଦେଶରେ ୧୫୧ କୋଟି ମୋବାଇଲ ଗ୍ରାହକ, ୪୯୫ ନିୟୁତ ସ୍ମାର୍ଟଫୋନ ଫୋନ ବ୍ୟବହାରୀକାରୀ,୪୮୭ନିୟୁତ ହ୍ଵାଟ୍ସଆପ ଗ୍ରାହକ,୨୪୦ ନିୟୁତ ଫେସବୁକ ଗ୍ରାହକ,୨୧୦ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ,୭କୋଟି ଡ଼ିଟିଏଚ,୧୪୦କୋଟି ଇଣ୍ଟରନେଟ ଗ୍ରାହକ ଏସବୁ ବ୍ୟବହାର ଗ୍ରାହକ କରୁଛନ୍ତି l ତନ୍ମଧ୍ୟରୁ ୯୫ଭIଗ ଗ୍ରାହକ ଟେଲିକମ କମ୍ପାନି ଦ୍ଵାରା ପୀଡିତ l ବର୍ତ୍ତମାନ ଦେଶର ଜନସଂଖ୍ୟା ପାଖପାଖି ଉପଭୋକ୍ତା ଟପିବାକୁ ଲାଗିଲାଣି, l ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ l କାରଣ ଗ୍ରାହକ ଅଧିକାସଂଖ୍ୟା ଦୌଡରେ ଥିବା ଚକର ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି, l ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ , କେବଲ ଅପରେଟର, ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଅଣଦେଖା କରୁଛନ୍ତି ,l ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ହ୍ଵାଟ୍ସଆପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶାଳା କମ୍ପାନୀଗୁଡିକ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସିଏଜି ମତ ପ୍ରକାଶ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦ୍ଦେଶାବଳି ଉପରେ ଗ୍ରାହକକୁ ମାର୍ଗଦର୍ଶନ ସେ ଦେଇଥିଲେ I, ଭାରତୀୟ ଦୂରସଂଚାର ନିଗମ , ଏୟାର ଟେଲ,ଜିଓ ଟେଲି କମ୍ପାନୀରପ୍ରତିନିଧି ଯୋଗଦେଇଥିଲେ l, ବହୁବୁଦ୍ଧିଜୀବୀ, କର୍ମୀ,ମହିଳା, ମହିଳା ସଂଘ, ଅଙ୍ଗନବାଡି କର୍ମୀ , ଆତ୍ମା ସହାୟକ ଦଳ, ମହାବିଦ୍ୟାଳୟର ଅଧକ୍ଷ୍ୟ ସତ୍ୟସିବାସୁନ୍ଦର ମିଶ୍ର ସଭାପତିତ୍ଵ କରିଥିଲେ ଓ ଅଧ୍ୟାପକ ଜାତୀୟ ସେବା ଯୋଜନIଅଧିକାରୀ ରତ୍ନାକର ସାହୁ ମଞ୍ଚପରିଚାଳନା କରିଥିଲେ ଓ ଅଧ୍ୟାପକ ଡ ସଂକର୍ଷଣ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l