ସାକ୍ଷୀଗୋପାଳ ତା 6-1 ସ୍ଥାନୀୟ ଆଚାର୍ଯ୍ୟ ହରିହର ଶିଶୁ ଭବନ ର ପ୍ରତିଷ୍ଠାତା ସଭ୍ୟ ,ବିଶିଷ୍ଟ ସମାଜ ସେବୀ ଓ ଶ୍ରୀରାମଚନ୍ଦ୍ର ପୁର ଗ୍ରାମ କୋଠ ର ପୂର୍ବତନ ସଭାପତି ସ୍ବର୍ଗତ ଶ୍ରୀ ବ୍ରଜବନ୍ଧୁ ନନ୍ଦ ଙ୍କ ଆଜି ସକାଳ ୬ ଘଟିକା ସମୟରେ ଭୁବନେଶ୍ୱର ଠାରେ ପରଲୋକ ହୋଇଯାଇଛି। ସ୍ୱର୍ଗୀୟ ନନ୍ଦ ପ୍ରତିଷ୍ଠା ହୋଇଥିବା ଆଚାର୍ଯ୍ୟ ହରିହର ଶିଶୁ ଭବନ ର ପ୍ରତିଷ୍ଠାତା ସଭ୍ୟ ଭାବେ ରହି ୪୩ ବର୍ଷ ଧରି ଶିଶୁ ଭବନ ର ଉନ୍ନତି କରିବା ସଙ୍ଗେ ସଙ୍ଗେ ପୂର୍ବତନ ସଭାପତି ସ୍ୱର୍ଗୀୟ ବାମନ ଦାସ ଙ୍କ ସହ ରହି ଆଶ୍ରମ ର ଶହ ଶହ ପିଲାଙ୍କୁ ମଣିଷ କରିବାରେ ସାହାର୍ଯ୍ୟ କରିଥିଲେ ।ସ୍ୱର୍ଗୀୟ ନନ୍ଦ ଜଣେ ଅମାୟିକ ସରଳ ମିଷ୍ଟଭାଷୀ ଲୋକ ଥିଲେ।ନିକଟ ଅତୀତ ରେ ଜିଲ୍ଲାପାଳ ଙ୍କର ଶିଶୁ ଭବନ ପରିଦର୍ଶନ ସମୟରେ ଶ୍ରୀ ନନ୍ଦ ତାଙ୍କର ଶେଷ ଇଛା ଆଶ୍ରମ ର ଉନ୍ନତି ପାଇଁ ନିବେଦନ କରିଥିଲେ ।
ତାଙ୍କର ପରଲୋକ ରେ ଆଜି ଆଜି ଶିଶୁ ଭବନ ରେ ତାଙ୍କ ମର ଶରୀର ଉପରେ ପୁଷ୍ପ ମଲ୍ୟ ଅର୍ପଣ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ।ସଂପାଦକ ଶ୍ରୀଯୁକ୍ତ ହୃଷୀକେଶ ଦାସ,କୋଷାଧ୍ୟକ୍ଷ ଅଜିତ କୁମାର ନନ୍ଦ, ପରିଚାଳନା ପରିଷଦ ର ସଭ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ଦାସ,ଅଧ୍ୟକ୍ଷ ସୁବୋଧ କୁମାର ସ୍ବାଇଁ,ମିନାକ୍ଷୀ ବାରିକ, ସୁଭ୍ରାଜିତା ଶୁଭଦର୍ଶୀନି ,ଜ୍ୟୋତି ରାଣୀ ମିଶ୍ର,କବିତା ପାତ୍ର,ଶାନ୍ତନୁ କୁମାର ସାହୁ,ଶାନ୍ତିଲତା ଚୌଧୁରୀ,ସ୍ୱର୍ଣଲତା ନାୟକ ,ପ୍ରମୋଦ କୁମାର ଜେନା ,ଲକ୍ଷ୍ମୀଧର ସାହୁ ,ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ସାକ୍ଷୀ ଗୋପୀନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।