Odisha news

ଭାରତ-ଆମେରିକା ସମ୍ପର୍କ ଚନ୍ଦ୍ରଯାନ ପରି, ଚନ୍ଦ୍ର ଓ ତାଠାରୁ ଆଗକୁ ଯିବ : ଜୟଶଙ୍କର

0

ୱାଶିଂଟନ: ଆମେରିକା ସହ ଭାରତର ସମ୍ପର୍କ ଚନ୍ଦ୍ରଯାନ ପରି, ଚନ୍ଦ୍ର ଓ ତାଠାରୁ ଆଗକୁ ଯିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।
ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ‘ସେଲିବ୍ରେସନ୍ କଲର୍ସ ଅଫ୍ ଫ୍ରେଣ୍ଡସିପ୍’ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ଏକ ଅଭୂତପୂର୍ବ ସ୍ତରରେ ପହଞ୍ଚିଛି। ଏହି ଭାଗୀଦାରୀକୁ ଆହୁରି ଆଗକୁ ନେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନକୁ ଦୋହରାଇଥିଲେ। ସେ ଏହି ସମ୍ପର୍କକୁ ଚନ୍ଦ୍ରଯାନ ମିଶନ ସହ ତୁଳନା କରି କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ନୂତନ ଉଚ୍ଚତାରେ ପହଞ୍ଚିବ । ଇଣ୍ଡିଆ ହାଉସରେ ଭାରତୀୟ-ଆମେରିକୀୟଙ୍କ ଏକ ସମାବେଶକୁ ସମ୍ବୋଧିତ କରି ଜୟଶଙ୍କର ଏହା କହିଛନ୍ତି।

ଜୟଶଙ୍କର ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କହିଥିଲେ ଏବଂ ଏହାକୁ ସେମାନଙ୍କ ସମ୍ପର୍କର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ବୋଲି ବର୍ଣ୍ଣନା କରିଥିଲେ । ଏହି ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରବାସୀ ଭାରତୀୟଙ୍କ ଅମୂଲ୍ୟ ଭୂମିକାକୁ ସେ ପ୍ରଶଂସା କରିବା ସହ କହିଛନ୍ତି ଯେ ଆଜି ଏକ ସ୍ପଷ୍ଟ ବାର୍ତ୍ତା ଆସିଛି ଯେ ଆମ ସମ୍ପର୍କ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି। ଆମେ ଏହି ସମ୍ପର୍କକୁ ଏକ ଭିନ୍ନ ସ୍ତରକୁ, ଏକ ଭିନ୍ନ ସ୍ଥାନକୁ ନେବାକୁ ଯାଉଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ସଫଳ ଜି-୨୦ ବୈଠକ ଆୟୋଜନ କରିବା ପଛରେ ଆମେରିକାର ବି ସହଯୋଗ ଥିଲା ।

Nalco
Leave A Reply