Odisha news

ଯୁଦ୍ଧ ଘଡି ମଧ୍ୟରେ ଚୀନ କଲା ରୁଷକୁ ସମର୍ଥନ ଓ ଆର୍ଥିକ ସାହାଯ୍ୟର ଘୋଷଣା

0

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ ପରେ ପଶ୍ଚିମ ଦେଶ ଗୁଡିକ ରୁଷ କୁ ଉଚିତ ଶିକ୍ଷା ଦେବାପାଇଁ ତା ଉପରେ ଅନେକ ଗୁଡିଏ ପ୍ରତିବନ୍ଧକ ଲଗାଇଛନ୍ତି l ଆମେରିକା,ନାଟୋ ଓ ୟୁରୋପିଆନ ଦେଶ ଗୁଡିକ ରୁଷ ବିରୁଦ୍ଧରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛନ୍ତି l ଏହି ଘଡି ସନ୍ଧି ମୁହୁର୍ତରେ ଚୀନ ର ଗୋଟିଏ ନିଷ୍ପତି ରୁଷ ର ଏହି ଆର୍ଥିକ ସଙ୍କଟ ରେ ବଡ ସାହାଯ୍ୟ କରିପାରେ l ଗୋଟିଏ ପକ୍ଷରେ ଚୀନ ରୁଷ ପକ୍ଷରୁ ୟୁକ୍ରେନ ଉପରକୁ କରାଯାଇ ଥିବା ଆକ୍ରମଣକୁ ଆକ୍ରମକ କହିବାକୁ ମନା କରିଦେଇଛି ତ ଅନ୍ୟ ପକ୍ଷରେ ଗହମ ରପ୍ତାନି କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି l

ଚୀନ କୁ ଗହମ ରପ୍ତାନି କରିବା ଦ୍ୱାରା ରୁଷ କୁ ଆର୍ଥିକ ସାହାଯ୍ୟ ମିଳିବ l ଏହାଦ୍ୱାରା ସେ ୟୁରୋପ ଓ ଆମେରିକାର ଲାଗିଥିବା ପ୍ରତିବନ୍ଧକ କୁ ହଟାଇ ପାରିବ l ଅନ୍ୟ ପକ୍ଷରେ ଚୀନ ଗତ କିଛି ବର୍ଷ ହେଲାଣି ତେଲ ଓ ଗ୍ୟାସ କୁ ନେଇ ରୁଷ ଉପରେ ନିର୍ଭର କରୁଛି l ଏହାଦ୍ୱାରା ମଧ୍ୟ ତାର ଲାଭ ହେଉଛି l ୨୦୧୪ ରେ କ୍ରିମିୟା ଉପରେ ଆକ୍ରମଣ ପରେ ରୁଷ ସମସ୍ତ ପ୍ରକାରର ପଶ୍ଚିମ ଦେଶ ମାନଙ୍କ ପ୍ରତିବନ୍ଧକୁ ସାମ୍ନା କରି ଆସୁଥିଲା l

ଯେଉଁ କାରଣରୁ ଚୀନ କୁ ରପ୍ତାନି କରୁଥିବା ଜିନିଷ ପତ୍ର କୁ ନିର୍ଭରତା ବଢି ଯାଇଥିଲା l ଭାରତ ବ୍ୟତୀତ ଚୀନ ଗୋଟିଏ ଏପରି ଦେଶ ଯିଏ ରୁଷ ର ୟୁକ୍ରେନ କୁ ଆକ୍ରମଣକୁ ନେଇ ନିନ୍ଦା କରିନାହିଁ l ଚୀନ ଏହି ସମସ୍ତ ଘଟଣା ପାଇଁ ନଟୋ ଦେଶ ଙ୍କୁ ନିନ୍ଦା କରିଛି l ଚୀନ ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ବର୍ତମାନ ମଧ୍ୟ ଆଶା କରୁଚୁ ଯେ ଏହି ମାମଲାକୁ ନେଇ ଶାନ୍ତି ର ରାସ୍ତା ଖୋଲିଯିବ l ୟୁକ୍ରେନ ରେ ଥିବା ଚୀନ ନିଜର ନାଗରିକ ମାନଙ୍କୁ ମଧ୍ୟ ଆଣି ନାହିଁ l ଚୀନ ନିଜର ନାଗରିକ ମାନଙ୍କୁ କହିଛି ଯେ ଘରୁ ବାହାରନ୍ତୁ ନାହିଁ,ଯଦି ବାହାରୁଛନ୍ତି ନିଜ ଗାଡି ରେ ଚୀନ ର ପତାକା ଲଗାଅ l ଚୀନ ଏଥିପାଇଁ ଆମେରିକାକୁ ବିଶେଷ ଭାବରେ ନିନ୍ଦା କରିଛି

Leave A Reply