ରାଉରକେଲା;ଶ୍ରୀମତୀ ସୁନନ୍ଦା ସାମଲ, ସ୍ୱାମୀ-ସର୍ବେଶ୍ୱର ମହାପାତ୍ର ସେକ୍ଟର18 ହମିରପୁର ଅଂଚଳର ବାସିନ୍ଦା ଙ୍କ ଲିଖିତ ଅଭିଯୋଗ ଆଧାର ରେ ରାଉରକେଲା ସେକ୍ଟର19 ପୋଲିସ 31/7/2021 ,case no.54,U/S-380 IPC ଧାରାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ।ଅଭିଯୋଗ କାରୀଙ୍କ ସୂଚନା ଅନୁସାରେ କେହି ଜଣେ ଅଜ୍ଞାତ ବ୍ୟକ୍ତି 30/7/2021 ରାତି ପ୍ରାୟ ୧ ଟା ସମୟରେ ତାଙ୍କ ଘର ପଛ କବାଟ ବାଟେ ପଶି ତାଙ୍କ ଆଲମାରୀ ରୁ କିଛି ସୁନା ଅଳଙ୍କାର(43 ଗ୍ରାମ)ଏବଂ ପର୍ସ ରୁ ନଗଦ 18000 ଟଙ୍କା ଚୋରି କରି ନେଇଥିଲେ।ଏହି ଘଟଣା ରେ ରାଉରକେଲା SP ଙ୍କ ତତ୍ୱାବଧାନ ରେ ରାଉରକେଲା ସେକ୍ଟର19 ଓ ସେକ୍ଟର 3 ର ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମିଳିତ ଭାବେ ତଦନ୍ତ କରିଥିଲେ।ଏବଂ ଏହି ତଦନ୍ତ ଆଧାରରେ 3 ଜଣ ଅଭିଯୁକ୍ତ ନିର୍ମଳ ଘୋଷ(22),ଶଶାଙ୍କ ଶେଖର ସାମଲ(32)ଓ ସନ୍ତୋଷ ପଣ୍ଡା(25) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ରାଉରକେଲା ସେକ୍ଟର-6 ,ବାସନ୍ତୀ କଲୋନୀ ଓ ଜଗନ୍ନାଥ ପଲ୍ଲୀ ଅଂଚଳର ବୋଲି ଜଣା ପଡ଼ିଛି।ପୋଲିସ ଗିରଫ ଅଭିଯୁକ୍ତ ଙ୍କ ଠାରୁ 2 ଟି ମୋବାଇଲ ସହ ବହୁ ସୁନା ଅଳଙ୍କାର ଏବଂ ନଗଦ 40000 ଟଙ୍କା ଜବତ କରିଛି।ଗିରଫ ହୋଇଥିବା ଅଭିଯୁକ୍ତ ଏକାଧିକ ଅପରାଧିକ ମାମଲା ରେ ଜଡିତ ଥିବା ସହିତ ରାଉରକେଲା ର ବିଭିନ୍ନ ଥାନା ରେ ଆଗରୁ 9 ଟି ମାମଲା ତାଙ୍କ ନାଁ ରେ ରହିଛି।ଆଜି ସେକ୍ଟର 19 ର ଥାନା ଅଧିକାରୀ ଏନେଇ ଏକ ପ୍ରେସ କଂଫରରେନ୍ସ ମାଧ୍ୟମରେ ସୂଚନା ଦେଇ ଏକ ମିଳିତ ସିରିଜ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କର ପର୍ଦାଫାସ କରିଛନ୍ତି
Comments are closed.