Odisha news

ବିପଦ ସଂକୁଳ ରାସ୍ତା କୁ ମରାମତି କଲା ଆଦର୍ଶ ଯୁବ ପରିଷଦ

0

ସୋର,୬/୮ : ସୋର ଉତ୍ତରେଶ୍ୱର ବସ ଷ୍ଟାଣ୍ଡ ନିକଟରେ ବାଇ ପାସ ରାସ୍ତା ଉପରେ ବର୍ଷା ରେ ମାଟି ଧୋଇ ଯାଇ ରାସ୍ତା ଉପରେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଆଜି ସକାଳେ ଆଦର୍ଶ ଯୁବ ପରିଷଦର ସଦସ୍ୟ ସଦସ୍ୟା ମାନେ ସେଠାରେ ପହଞ୍ଚି ରାସ୍ତାରୁ ମାଟି ଉଠାଇ ପରିଷ୍କାର କରିଥିବା ଜଣାଯାଇଛି. ଏହି ରାସ୍ତା ଉପରେ ଶହ ଶହ ଜନସାଧାରଣ ନିର୍ଭରଶୀଳ ହେଉଥିବା ବେଳେ ଏହି ବିପଦ ସଂକୁଳ ରାସ୍ତାରେ ବହୁବାର ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା. ଏହି ଘଟଣା ବିଷୟରେ ସୋର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦକୁ ସୋରର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଜଣାଇବା ପରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଆଜି ସକାଳେ ଶାବଳ, କୁଦାଳ, କଢ଼ା ଧରି ଏହି ରାସ୍ତା ନିକଟରେ ପହଂଚିଥିଲେ. ରାସ୍ତା ଉପରୁ ଅକ୍ଲାନ୍ତ ପରିଶ୍ରମ କରି ପିଚ ଉପରେ ଜମାଟ ବାନ୍ଧି ଥିବା ମାଟି କୁ ଶାବଳ, କୁଦାଳ ସାହାଯ୍ୟ ରେ ହାଣି ପରିଷ୍କାର କରିଥିଲେ. ଦୀର୍ଘ 5 ଘଣ୍ଟା ପରିଶ୍ରମ କରିବା ପରେ ରାସ୍ତା ଟି ସମ୍ପୂର୍ଣ ପରିଷ୍କାର ହୋଇଥିଲା ଫଳରେ ଲୋକମାନେ ଭଲ ରେ ଯାତାୟାତ କରି ପାରିଥିଲେ. ଆଦର୍ଶ ଯୁବ ପରିଷଦ ର ଏଭଳି ମହତ କାର୍ଯ୍ୟ କୁ ସ୍ଥାନୀୟ ବାସିନ୍ଦା, ଅଟୋ ଚାଳକ, ବୁଦ୍ଧିଜୀବୀ ଗଣ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି.

Leave A Reply