ସୁଭେନ୍ଦ୍ର ପଟନାୟକ : ଭାରତବର୍ଷରେ ଅନେକ ଗୁଡିଏ ଛୋଟ ଓ ବଡ ନଦୀ ରହିଛି l ଆଜି କିନ୍ତୁ ଏହି ନଦୀମାନଙ୍କ ମଧ୍ୟରୁ ଅନେକ ନଦୀ ନିଜର ପ୍ରାକୃତିକ ଷୋୖନ୍ଦର୍ଯ୍ୟ ହରାଇଛନ୍ତି l ଏହାର ମୁଖ୍ୟ କାରଣ ହେଲା ଲୋକମାନେ ନିଜ ସୁବିଧା ପାଇଁ ନଦୀ ଗୁଡିକ ଉପରେ ଡ୍ୟାମ ତିଆରି କରିଛନ୍ତି ,ସେଥିରେ ବର୍ଜ୍ୟବସ୍ତୁ ପକାଇଛନ୍ତି କିମ୍ବା ନଦୀ ଭିତରୁ ବଳି ବାହାର କରି ନିଜର କାମରେ ଲଗାଇଛନ୍ତି l ଆଜି ସେହିପରି ଗୋଟିଏ ନଦୀ ବିଷୟରେ ଜାଣିବା l ହିମାଚଳ ଓ ଉତ୍ତରାଖଣ୍ଡ ମଧ୍ୟ ଦେଇ ବହି ଯାଇଛି ଟ୍ୟାଂଶ ନଦୀ l ଏହି ନଦୀ ଉପରେ ୮ ହଜାର କୋଟି ତାଙ୍କ ବ୍ୟୟ ହୋଇ ଗୋଟିଏ ଡ୍ୟାମ ତିଆରି କରାଗଲା ,ଯାହାର ନନାଁ କିଶାଉ ଡ୍ୟାମ l ଏହି ଡ୍ୟାମରେ ୬୬0 ମେଗାୱାଟ ବିଜୁଳି ଉତ୍ପାଦନ କରିବାର କ୍ଷମତା ରହିଛି l କୁହାଯାଇଥିଲା ଯେ ଏହି ଡ୍ୟାମଦ୍ୱାର କୃଷି କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ l କିନ୍ତୁ ସତ୍ୟ ଏହା ହେଲା ଯେ ଏହି ନଦୀର ଗୋଟିଏ ବୁନ୍ଦା ଜଳ ମଧ୍ୟ ଚାଷ କାମରେ ଲାଗିପାରିଲା ନାହିଁ କିମ୍ବା ପାନୀୟ ଜଳ ରୂପେ ବ୍ୟବହାର ମଧ୍ୟ ହୋଇ ପାରିଲା ନାହିଁ l ଏହି ନଦୀର ଜଳ ଯେଉଁ ବାଟ ଦେଇ ଯାଉଛି ସେହି ସ୍ଥାନରେ ଥିବା ଜଳଚର ଜୀବ ମାନେ ମରି ଯାଉଛନ୍ତି l
ଲୋକ କଥା ଅନୁସାରେ କୁହ ଯାଇଛି ଯେ ଏହି ନଦୀଟି ଗୋଟିଏ ଅଭିଶପ୍ତ ନଦୀ l ଆଜି ପର୍ଯ୍ୟନ୍ତ ଏହି ନଦୀର ଜଳ ହିମାଚଳ ପ୍ରଦେଶରେ ବ୍ୟବହାର ହୋଇ ପାରିଲା ନାହିଁ l ଲୋକମନ୍ୟତା ଅନୁସାରେ ଏହି ନଦୀକୁ ତାମସା ନଦୀ ମଧ୍ୟ କୁହାଯାଏ l କୁହାଯାଇଛି ଯେ ଯମୁନା ନଦୀ ଟ୍ୟାଂଶ ନଦୀକୁ ଅଭିଶାପ ଦେଇଥିଲା ଯେ ତାର ପାଣି କେବେବି ପୃଥିବୀ ପୃଷ୍ଠରେ କୌଣସି କାମରେ ଲାଗିବ ନାହିଁ l ଯେତେବେଳେ ଯମୁନା ନଦୀ ବହିବହି ଚାଲିଥିଲା ଆଗକୁ ସେହି ସମୟରେ ଟ୍ୟାଂଶ ନଦୀ ପ୍ରଥମେ ଡାକ ପଥରର ଜଲାଶl ପୀରରେ ପହଁଚି ଯାଇଥିଲା l ଏହି କାରଣରୁ ଯମୁନା ନଦୀ କ୍ରୋଧରେ ଅଭିଶାପ ଦେଲା ଯେ ତୋର ଜଳ ମାନବ କଲ୍ୟାଣର କେବେବି ଲାଗିବନାହିଁ l
ଅନେକ ବର୍ଷରୁ ଏହି ନଦୀକୁ ନେଇ ଅନେକ କଥା କୁହାଯାଏ l ଲୋକମାନଙ୍କର ଧାରଣା ରହିଛି ଯେ ଏହାର ଜଳ ସୁଦ୍ଧ ନୁହେଁ ଯେଉଁଥିରେ ବିଷ ମିଶି ରହିଛି l ହୁଏତଃ ଏହାଏକ ଭୁଲତଥ୍ୟ ହୋଇଥାଇ ପରେ l ଭୌଗଳିକ କାରଣରୁ ମଧ୍ୟ ଗୋଟିଏ ଗୋଟିଏ ନଦୀର ଜଳ କୌଣସି କାମରେ ଲାଗି ନଥାଏ l ଏହାକୁ ଭୌଗଳିକ ତ୍ରୁଟି କୁହାଯାଏ l