ହଠାତ ବିଗିଡ଼ି ଗଲା ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲ୍ରେ ହେଲେ ଭର୍ତ୍ତି ,ଋଷିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି।
ମୁମ୍ବାଇ: ରବିବାର ଅଭିନେତା ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଋଷିଙ୍କ ସହିତ ତାଙ୍କର ପତ୍ନୀ ନିତୁ ସିଂହ, ପୁଅ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଥିବା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଋଷି କପୁରଙ୍କୁ ଇନ୍ଫେକ୍ସନ୍ କାରଣରୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ନେଇ ଋଷି କହନ୍ତି, ‘ମୋର ଇନ୍ଫେକ୍ସନ୍ ହୋଇଛି। ଯାହାର ଚିକିତ୍ସା ଚାଲିଛି। କିଛି ଚିନ୍ତା କରିବାର କାରଣ ନାହିଁ। ମୋତେ ଲାଗୁଛି କି ପ୍ରଦୂଷଣ କାରଣରୁ ହଠାତ ଏପରି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।’
ବର୍ତ୍ତମାନ ଋଷିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ତେବେ ଋଷିଙ୍କୁ କର୍କଟ ଚିକିତ୍ସା ପାଇଁ ନ୍ୟୁୟର୍କରେ ଅନେକ ଦିନ ରହିବାକୁ ପଡ଼ିଥିଲା। କିଛିଦିନ ତଳେ ସେ ସୁସ୍ଥ ହୋଇ ନ୍ୟୁୟର୍କରୁ ଫେରିଛନ୍ତି। ଏଭଳି କଠିନ ସମୟରେ ପତ୍ନୀ ନିତୁ ସିଂହ ତାଙ୍କ ପାଖରେ ପ୍ରତିଟି ମୁହୂର୍ତ୍ତରେ ରହିଥିଲେ। ରଣବୀର ଓ ଆଲିଆ ବି ଅନେକ ଥର ଋଷିଙ୍କୁ ଭେଟିବାକୁ ନ୍ୟୁୟର୍କ ଯାଇଥିବା ଖବର ମିଳିଥିଲା।
ଋଷିଙ୍କୁ ଶେଷଥର ପାଇଁ ୨୦୧୯ରେ ସିନେମା ‘ଦ ବଡି’ ଓ ‘ ଝୁଠ କହିଁ କା’ରେ ଦେଖିବାକୁ ମିଳିଥିଲା। ଏତଦ୍ ବ୍ୟତୀତ ଋଷିଙ୍କ ଅଭିନୟ ‘ରାଜମା ଚାଓ୍ଵଲ’, ‘ମୁଲ୍କ’, ‘୧୦୨ ନଟ ଆଉଟ’, ‘ପଟେଲ କି ପଞ୍ଜାବୀ ସାଦି’, ‘କପୁର ଆଣ୍ଡ ସନ୍ସ’ରେ ଦେଖିବାକୁ ମିଳିଥିଲା।