Odisha news

ଆସନ୍ତୁ ବୁଲି ଯିବା ଖସଡା ଜଳପ୍ରପାତ

0

ପାରଳାଖେମୁଣ୍ଡି – କଥାରେ ଅଛି ସୁନ୍ଦର ତୃପ୍ତିର ଅବସାନ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ଏମିତିରେବି ଆମର ଏ ମାନବ ସମାଜ ତଥା ଜୀବଜନ୍ତୁଙ୍କ ପାଇଁ ପ୍ରକୃତିର ଅବଦାନ ଅପାର ଯାହାର ବର୍ଣ୍ଣନା କରିବା ପାଇଁ ଶଦ୍ଦ କମ ପଡିବ। ତେବେ ଆସନ୍ତୁ ବୋଲି ଯିବା ଏମିତି ଏକ ସୈାନ୍ଦର୍ଯ୍ୟମୟ ସ୍ଥାନ ଯାହା ପ୍ରକୃତିର ଏକ ନିଆରା ଉପହାର ଏବଂ ଯାହାର ପ୍ରକୃତର ଅବସାଦହିଁ ନାହିଁ। ଏହି ମୋନରମ ସ୍ଥାନଟି ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ମହେନ୍ଦ୍ରଗଡ ଅଞ୍ଚଳର ଖସଡା ଜଳପ୍ରପାତ। ଖସଡା ଜଳପ୍ରପାତ ଏକ ପର୍ଯ୍ୟଟନ ସ୍ଥଳୀ। ଦନ ତମାମ ତଥା ବର୍ଷ ତମାମ ଏଠି ପର୍ଯ୍ୟଟନଙ୍କ ଗହଳି ଲାଗି ରହିଥାଏ। କିନ୍ତୁ ଶୀତଦିନରେ ଏହି ଗହଳି ଦୁଇ ଗୁଣ ହୋଇଥାଏ। ଏଠାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସିଥାନ୍ତି ଓ ଏହାର ସୈାନ୍ଦଯ୍ୟକୁ ଭରପୁର  ଉପଭୋଗ କରିଥାନ୍ତି। ଏଠାରେ ବହି ଯାଉଥିବା ଝରଣାର କୁଳୁକୁଳୁ ଶବ୍ଦ ସତରେ ଯେମିତି ମନକୁ ଛୁଇଁ ଦେଇ ମନରେ ଏକ ଶିହରଣ ସୃଷ୍ଟି କରୁଛି। ଝରଣାର ଆଖପାଖରେ ଏକ ରାଧାକୃଷ୍ଣ ମନ୍ଦିର ଓ ଏକ ଶିବ ମନ୍ଦିର ମଧ୍ୟ ଅଛି।

ଯାହା କୋଉ ପୁରାତନ ଯୁଗରୁ ଏଠି ପୂଜା ପାଉଛନ୍ତି। କିନ୍ତୁ ଦୁଃଖର କଥା ଯେ ସୈାନ୍ଦଯ୍ୟମୟ ପର୍ଯ୍ୟଟନ ସ୍ଥଳୀ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ। ଏଠାକୁ  ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସୁଥିବା ସତ୍ୟ ପର୍ଯ୍ୟଟକଙ୍କ ପାଇଁ କୈାଣସି ସୁବିଧା ନାହିଁ। କୈାଣସି ଶୈାଚାଳୟର ସୁବିଧା ନଥିବାରୁ ମହିଳା ମାନେ ବହୁତ ଅସୁବିଧା ସମୁଖୀନ ହେଉଛନ୍ତି। ଏଠାରେ ରାସ୍ତା ଘାଟ ଅତି ନିମ୍ନମାନର ଥିବାରୁ ଯାତାୟତ ପାଇଁ ଅସୁବିଧା ହେଉଛି। କୈାଣସି ଗେଷ୍ଟ ହାଉସ ତଥା ରହିବା ପାଇଁ କୈାଣସି ସୁବିଧା ନଥିବାରୁ ଯେତେ ଦୂରରୁ ପର୍ଯ୍ୟଟକ ମାନେ ଆସିଲେ ମଧ୍ୟ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ସବୁ ଅସୁବିଧା ଥିବା ସତ୍ୟ ମଧ୍ୟ  ହଜାର ହଜାର ପର୍ଯ୍ୟଟକ ମାନେ ଏହି ଜଳ ପ୍ରପାତର  ପାଣି, ପବନ ତଥା ମନମୁଗ୍ଧ ବାତାବରଣରେ ନିଜକୁ ସାମିଲ କରିବାକୁ ଆସିଥାନ୍ତି। ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଏହି ଜଳ ପ୍ରପାତକୁ ଉନ୍ନତର କରାଯାଇ ପାରିଲେ ଏହା ଆହୁରି  ସୁନା ଅଜନ କରିପାରିବ ବୋଲି ପର୍ଯ୍ୟଟକ ମାନେ କହିଛନ୍ତି।

Leave A Reply