Odisha news

ବ୍ରହ୍ମପୁର ରିଙ୍ଗ ରୋଡ ପାଇଁ ୧୫୬ କୋଟି ୫୬ ଲକ୍ଷ ଓ ଜାନିବିଲି ବ୍ୟାରେଜ ସ୍ଥାପନ ପାଇଁ ୮୬ କୋଟି ୫୪ ଲକ୍ଷ ରାଜ୍ୟ କ୍ୟାବିନେଟରେ ମଞ୍ଜୁର।। 

0
ବ୍ରହ୍ମପୁର : ବ୍ରହ୍ମପୁର ରିଙ୍ଗ ରୋଡ ପାଇଁ ୧୫୬ କୋଟି ୫୬ ଲକ୍ଷ ଓ ଋଷିକୂଲ୍ୟା ନଦୀ ଉପରେ ଜାନିବିଲି ବ୍ୟାରେଜ ସ୍ଥାପନ ପାଇଁ ୮୬ କୋଟି ୫୪ ଲକ୍ଷ ଟଙ୍କା ଗତକାଲି ରାଜ୍ୟ  କ୍ୟାବିନେଟରେ ମଞ୍ଜୁର ହୋଇଛି । ଏହି ଦୁଇଟି ବୃହତ୍ତ ପ୍ରକଳ୍ପ ପାଇଁ ଗଞ୍ଜାମ ଜିଲ୍ଲା ପାଇଁ ମଞ୍ଜୁର କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର  ବିଧାୟକ ତଥ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା କୃତଜ୍ଞତା ଜଣାଇଛନ୍ତି। ଏହି ରିଙ୍ଗ ରୋଡରେ ୧୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାମ ହେବ ଦୁଇ ବର୍ଷ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ହେବା ଦ୍ବାରା ସହରରେ ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ ହେବା ସହ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ସହରର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିବ । ସେହିପରି ଋଷିକୂଲ୍ୟା ନଦୀ ଉପରେ ଜାନିବିଲି ବ୍ୟାରେଜ ସ୍ଥାପନ ଯୋଗୁଁ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଯୋଗାଣ ହୋଇପାରିବ । ଯାହାଫଳରେ ସହରରେ ପାନୀୟ ଜଳ ସମସ୍ୟା ଆଉ ରହିବ ନାହିଁ । ଏହାସହ ୫୨.୬୭୫ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ହୋଇ ପାରିବ । ୩୨ ହେକ୍ଟର ଜମି ଅଞ୍ଚଳରେ ମାଛ ଚାଷର ସୁବିଧା ସହ ଭୂତଳ ଜଳର ପୁନଃବରଣ ଓ ପରିବେଶ ସନ୍ତୁଳନ ରକ୍ଷା ହୋଇପାରିବ । ଏଭଳି ଦୁଇଟି ପ୍ରକଳ୍ପ ବ୍ରହ୍ମପୁର ତଥା ଜିଲ୍ଲା ପାଇଁ ଭେଟି ଦେଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଜିଲ୍ଲା ବିଜେଡ଼ି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସହ ସହରର ବହୁ କର୍ପୋରେଟର ଯୋଗ ଦେଇଥିଲେ ।
Leave A Reply