Odisha news

ବାବା ଆଖଣ୍ଡଳମଣି ଓ ମା’ ସନ୍ତୋଷୀ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ ।

0

ରେଙ୍ଗାଳି :  କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓ. ସି. ସି. କଲୋନୀ ନିକଟସ୍ଥ ବାବା ଆଖଣ୍ଡଳମଣି ଓ ମା ସନ୍ତୋଷୀ ମନ୍ଦିରର ନୂତନ ପରିଚାଳନା କମିଟି ଆଜି ଗଠନ ହୋଇଯାଇଛି । ଭକ୍ତ ବୈକୁଣ୍ଠ ନାଥ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ଦିରର ମୁଖ୍ୟ ଉପଦେଷ୍ଟା ଆକୁଳ ପଣ୍ଡା ସଭାପତିତ୍ୱ କରିଥିଲେ ।ବିଗତ ଦିନରେ କମିଟିର ସଭାପତି ବସନ୍ତ ସାହୁଙ୍କ ବିୟୋଗ ଯୋଗୁଁ ସଭାପତି ପଦ ଖାଲିପଡିଥିଲା । ପୂର୍ବ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । କମିଟିର ମୁଖ୍ୟ ଉପଦେଷ୍ଟା ଭାବେ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ଆକୁଳ ପଣ୍ଡା, ସଭାପତି  ଲଳିତ ମୋହନ ପ୍ରଧାନ, ଉପସଭାପତି ହିମାଚଳ ପଣ୍ଡା, ସାଧାରଣ ସମ୍ପାଦକ ଦଣ୍ଡଧର ବିଶ୍ୱାଳ, ସହ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ସାହୁ, ଭଣ୍ଡାର ରକ୍ଷକ ଭାବେ ମଙ୍ଗରାଜ ସାମଲଙ୍କ ସମେତ ୨୫ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।

Leave A Reply