Odisha news

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

0

ବୁଗୁଡ଼ା : ତା ୦୨/୦୮/୨୨ :  ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଜନୈକା ଯୁବତୀଙ୍କ  ମୃତ୍ୟୁ ଘଟଣାରେ ଶୋକର ଛାୟା ଖେଳିଯାଇଛି । ମୃତା ଯୁବତୀ ଜଣକ ହେଲେ ସ୍ମୃତିରାଣୀ ସେଠୀ(୧୯)  । ଘଟଣାରୁ ପ୍ରକାଶ ଯେ , ଆଜି ସକାଳେ ସ୍ମୃତିକୁ ଘରଲୋକେ ଅଚେତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ୍ ନଂ ୧୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ , ସ୍ମୃତିଙ୍କ ବିବାହ ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ଏବଂ ବେକରେ କିଛି ଦାଗ ଦେଖିବାକୁ ମିଳିଛି  ।ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ଯୁର ରହସ୍ୟ ଜଣା ପଡିବ ବୋଲି ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

Ad2
Leave A Reply