Odisha news

ବିଶ୍ୱ ପରିବେଶ ଦିବସ ୨୦୨୩ ଉପଲକ୍ଷେ ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକୃତି ଭିତିକ ସମାଧାନ ଉପରେ ଗୁରୁତ୍ୱାରୋପ

0

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି । ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀଆପଦା ମିତ୍ରବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ । ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱରଭଦ୍ରକ,ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରାକାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ । ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁରଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁରଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ । ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ । ଏଥିସହିତଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି । ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟରଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ବିଶ୍ୱ ପରିବେଶ ଦିବସ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତିମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା ।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା । ଜଳବାୟୁ ପରିବର୍ତନଜୀବଜଗତର ଅବକ୍ଷୟଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି । ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ । ଫଳ ସ୍ୱରୂପପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ ।

Leave A Reply